ଇଟାମାଟି ଥାନା କୃଷ୍ଣପ୍ରସାଦ ରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ । ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ! ଜମିବାଡ଼ି ବିବାଦକୁ ନେଇ ଆଜି ଉଭୟ ଦଳ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ଗୁଳିକାଣ୍ଡ ହୋଇଥିଲା । ୨ ପରିବାର ମଧ୍ୟରେ ପୂର୍ବରୁ ଥିବା ଜମିବାଡି ବିବାଦକୁ କେନ୍ଦ୍ର କରି ପ୍ରଥମେ ଯୁକ୍ତିତର୍କ ଓ ପରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଅନିରୁଧ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଗୋଷ୍ଟିର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଛି । ଘଟଣା ଘଟିବା ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଜଣଙ୍କୁ ଅଟକ ରଖିଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *