ଜି.ଉଦୟଗିରି ଏନଏସି ୱାର୍ଡ ସଭ୍ୟ ପଦବୀ ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନଂ ୱାର୍ଡ ସଭ୍ୟ ପଦବୀ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ୩୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଜାନୁଆରୀ ୨ ତାରିଖ ସୁଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ପତ୍ର ଘୋଷଣା କରାଯିବ । ଜାନୁଆରୀ ୧୨ ରେ ଭୋଟ ଗ୍ରହଣ ଓ ୧୩ ରେ ଭୋଟ ଗଣନା ଓ ଫଳାଫଳ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ, ଯେ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନଂ ୱାର୍ଡ ସଭ୍ୟ ଏଲ.ବୁଲିୟନଙ୍କ ପରଲୋକ ପରେ ସେହି ପଦବୀ ଖାଲି ପଡ଼ିଥିଲା ।

Leave a Reply

Your email address will not be published. Required fields are marked *