ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୱାନଣ୍ଡ୍ରେଲା କିଡ୍ସ୍ ପ୍ଲେ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଶୋକ ମିଶ୍ର, ଗୁରୁ ରଘୁନାଥ ପାତ୍ର, ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ପ୍ରିନ୍ସ ଡ୍ୟାନସ ଗୃପ ର ନିର୍ଦ୍ଦେଶକ କ୍ରିଷ୍ଣା ମୋହନ ରେଡ୍ଡୀ ! ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବ କୁ ଉଦଘାଟିତ କରିଥିଲେ । ବହୁତ କମ ସମୟ ମଧ୍ୟରେ ସ୍କୁଲ ଜନ ଆଦୃତ ହୋଇ ପାରିବା ଏକ ଗୌରବର ବିଷୟ ହୋଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସ୍କୁଲର ବାର୍ଷିକ କାର୍ଯ୍ୟାବଳୀକୁ ଅଧ୍ୟକ୍ଷା ରଶ୍ମିତା ପଟ୍ଟନାୟକ ଏକ ସୁନ୍ଦର ଭିଡିଓ ମାଧ୍ୟମରେ ଉପସ୍ଥାପନା କରିଥିଲେ ! କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ କୁନି କୁନି ପିଲା ମାନଙ୍କ ନୃତ୍ୟ ପ୍ରତିଭା ଅତ୍ୟନ୍ତ ଉଚ୍ଚ କୋଟିର । ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ! କୁନି ପ୍ରତିଭା ସାଇ ସ୍ୱରୂପ ଓ ତାପସୀ ଅତି ସୁନ୍ଦର ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍କୁଲର ନିର୍ଦ୍ଦେଶକ ମନୋଜ କର, ଲିନା କର, ସ୍ୱାଗତିକା ମିଶ୍ର, ରବି କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।
ୱାନଣ୍ଡ୍ରେଲା କିଡ୍ସ୍ ପ୍ଲେ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

