ନୟାଗଡ଼ ପୋଲିସକୁ ମିଳିଲା ବଡ଼ ସଫଳତା : ୭ ଟି ମୋବାଇଲ ସହ କାର୍ ଜବତ !!!

0
162

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗତ ନଭେମ୍ବର ମାସ ୧୫ ତାରିଖରେ ସଦର ଥାନା ଅନ୍ତର୍ଗତ କୋଡ଼ିଏ କାହାଣିଆ ଗ୍ରାମର ଦେବାଶିଷ ମହାପାତ୍ରଙ୍କ କାରକୁ ତାଙ୍କର ଜଣେ ବନ୍ଧୁ ସୁଧିର ଗଉଡ଼ ମାଗି ନେଇଥିଲେ । ସେ କାର ନେଇ ଯିବା ସମୟରେ ଅସୁରିଢିପା ନିକଟରେ ୬ ଜଣ ବ୍ୟକ୍ତି ଆପାଚି ଓ ଏକ ସ୍କୁଟିରେ ଆସି ଅଟକାଇଥିଲେ । ପିସ୍ତଲ୍ ଓ ଭୁଜାଲି ଦେଖାଇ ୮୦୦୦ ଟଙ୍କା,ମୋବାଇଲ ଓ କାର ଲୁଟି ନେଇ ଯାଇଥିଲେ । ଏହି ଅଭିଯୋଗ କ୍ରମେ ସଦର ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ସଦର ଥାନା ପୋଲିସ ଏକ ବଡ଼ ରାକେଟ କୁ ଧରିବାରେ ସଫଳ ହୋଇଥଲା । ଏସ.ପି ଅଲେଖ ଚନ୍ଦ୍ର ପହି ଆଜି ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି । ଡକାୟତ ମାନେ ଉକ୍ତ କାର ଏବଂ ସ୍କୁଟି ନେଇ ନଭେମ୍ବର ୧୭ ତାରିଖ ଦିନ ଖଣ୍ଡପଡ଼ା ରାଜକିଆରି ନିକଟରେ ଥିବା ପେଟ୍ରୋଲ ପମ୍ପରେ ଆତଙ୍କ ରଚାଇ ଲୁଟପାଟ କରିଥିଲେ । ଦୁଇଟି ଘଟଣା ପରେ ୩ ଜଣ ଅଭିଯୁକ୍ତ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ରଣପୁର ପୁଲିସ ଦ୍ୱାରା ଗିରଫ ହୋଇଥିଲା । ସଦରଥାନା ପୁଲିସ କାର ଚୋରୀ ଘଟଣାର ରହସ୍ୟ ଜାଣିବା ପରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫତେଗଡ଼ ଥାନା ଚକ୍ରଧରପ୍ରସାଦ ଗ୍ରାମର ଦିଲ୍ଲୀପ ପରିଡ଼ା, ଶରଣକୁଳ ଥାନା କୁଶପାଣ୍ଡେରି ଗାଁର ମାନସ ପ୍ରଧାନକୁ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ଠାରୁ କାର ଓ ୭ ଟି ମୋବାଇଲ ଜବତ ହୋଇଥିବା ସୂଚନା ମିଳିଛି । ଏଥି ସହିତ ବହୁ ମାରଣାସ୍ତ୍ର ଜବତ କରାଯାଇଥିବା ଏସପି ଶ୍ରୀଯୁକ୍ତ ପହି ସୂଚନା ଦେଇଛନ୍ତି । ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ଏସ.ଆଇ ସ୍ମୃତିରଞ୍ଜନ ମହାନ୍ତି ଏବଂ ଖଣ୍ଡପଡ଼ା ଥାନା ଏସ.ଆଇ ଶ୍ରଦ୍ଧା ନାୟକ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ସହ ତାଙ୍କ ଗ୍ୟାଙ୍ଗରେ ମୋଟ ୬ ଜଣ ସଦସ୍ୟ ରହିଥିଲେ ବୋଲି ଏସ.ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here