ଅସହାୟ ବୃଦ୍ଧ ବୃଦ୍ଧାଙ୍କର ସାହାରା ପାଲଟିଛି ବାଲୁଗାଁ ଚିଲିକା କୂଳରେ ଗଢି ଉଠିଥିବା ଜରା ନିବାସ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପରିବାର ରେ ଶିଶୁଟିଏ ଜନ୍ମ ହେଲେ ଛୋଟ ଠୁ ବଡ଼ ସମସ୍ତଙ୍କ ଖୁସି କହିଲେ ନ ସରେ, ଖାସକରି ବାପା ମାଙ୍କର ! ବାପା ଚିନ୍ତା କରେ ମୋ ପୁଅ ବଡ ହେଲେ ଡାକ୍ତର ଵା ଇଞ୍ଜିନିଅର ହେବ, ପାଠ ପଢ଼ି ବଡ ଚାକିରୀ କରିବ ! ଦଶ ଜଣକ ମଧ୍ୟରେ ଜଣେ ହୋଇ ଛିଡ଼ା ହେବ, ଏମିତି ଅନେକ ସ୍ବପ୍ନ ଦେଖି ଥାଆନ୍ତି ବାପା ମାଆ । ସେହିପରି ମା” ଟି ମଧ୍ୟ ତେତିଶ କୋଟି ଦେବା ଦେବୀଙ୍କ ପାଖରେ କାନି ପତେଇ ପୁଅର ଲମ୍ବା ଜୀବନ ପାଇଁ ଭିକ୍ଷା ମାଗେ ! କିନ୍ତୁ ସେଇ ପିଲାର ହାତ ଯେତେବେଳେ ମୁଣ୍ଡକୁ ପାଇଯାଏ, ଯେଉଁ ହାତ ଧରି ଚାଲି ଶିଖିଥିଲା , ଯେଉଁ ହାତରୁ ଭାତଗୁଣ୍ଡା ଖାଇ ସେ ବଡ ହୋଇଥିଲା ସେ ହାତକୁ ଛିଞ୍ଚାଡି ଦେବାକୁ ସେ ପଛାଏ ନାହିଁ । ଖାଲି ସେତିକି ନୁହେଁ ଅନେକ ତ ନିଜ ବୃଦ୍ଧ ପିତାମାତାଙ୍କୁ ଘରୁ ତଡ଼ିଦେବା ପାଇଁ ମଧ୍ୟ ପଛାନ୍ତି ନାହିଁ ! କିନ୍ତୁ ସମୟ ସୁଅରେ ସେଇ ବାପାମାଆ ବଞ୍ଚିବାର ନିଶା ଛାଡି ନଥାନ୍ତି। ଆଉ ସେହି ଜନ୍ମଦାତା ଓ ଜନ୍ମଦାତ୍ରୀ ସବୁ କିଛି ସହି ଶେଷ ଜୀବନ ବିତାଇବା ପାଇଁ ଚାଲି ଯାଆନ୍ତି କେଉଁ ବୃଦ୍ଧ ଆଶ୍ରମକୁ ନିଜ ଜୀବନର ଶେଷ ସମୟ ବିତେଇବାକୁ । ନିଜ ପରିବାର ଠାରୁ ଅଲଗା ହୋଇ ଜିବନ ବିତାଉଥିବା ଏମିତି କିଛି ବୃଦ୍ଧ ଓ ବୃଦ୍ଧାଙ୍କ କାହାଣୀ ଆମେ ଆଣିଛୁ ଆପଣଙ୍କ ପାଖକୁ । ନିଜ ପରିବାର ପାଇଁ ଅଲୋଡ଼ା ହୋଇ ପଡିଥିବା ବେଳେ ସଂସାରରେ ବଞ୍ଚିବାର ରାହା ଦେଖୁଥିବା ମଣିଷକୁ ଆଦରି ନେଇଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ହ୍ରଦ କୂଳେ ଗଢ଼ି ଉଠିଥିବା ଏମିତି ଏକ ଜରା ନିବାସ । ଯେଉଁଠାକୁ ଯାଇ ନିଜ ଦୁଃଖକୁ ଆଜି ଲାଘବ କରି ପାରିଛନ୍ତି ପରିଣତ ବୟସରେ ପାଦ ଥାପିଥିବା ଅନ୍ତେବାସୀ । ନିଜ ଜନ୍ମିତ ସନ୍ତାନ ସନ୍ତତି ଙ୍କ ଦ୍ଵାରା ଅନେକ ଯନ୍ତ୍ରଣା ଓ ଦୁର୍ଦ୍ଦଶାର ଶିକାର ହୋଇ ନିଜ ଘର ଛାଡ଼ି ଚାଲି ଆସିଥିବା ମଣିଷଟି ନୂଆ କରି ଜୀବନ ବଞ୍ଚିବାକୁ ଆରମ୍ଭ କରିଥାଏ ଏହି ଜରାନିବାସ ପରିବାର ର ସଦସ୍ୟଟେ ହୋଇଥାଏ । ଅନେକଙ୍କର ଶେଷ ଜୀବନର ସାଥୀ ହୋଇଥିବା ଚିଲକା କୁଳର ଏହି ଜରାଶ୍ରମ ପଚିଶ ଜଣ ଅନ୍ତେବାସୀଙ୍କ ଦୁଃଖ ସୁଖର ସହଭାଗୀ ହୋଇ ପାୟ ୨୫ ଜଣ ଅନ୍ତେବାସୀଙ୍କୁ ଦୀର୍ଘ କୋଡ଼ିଏ ବର୍ଷ ଧରି ନିରିବିଛିନ୍ନ ସେବା ଯୋଗାଇ ଆସୁଛି । ଚିଲିକା ହ୍ରଦ କୂଳେ ଗଢ଼ି ଉଠିଥିବା ଏହି ଜରାଶ୍ରମ । ଭଗବାନଙ୍କୁ ନିଜ ସ୍ଵଚକ୍ଷୁ ରେ କେହି ଦେଖିନେ, ଏହି ଜନ୍ମ ଦେଇଥିବା ମଣିଷ ହିଁ ଆମ ପାଇଁ ଜୀବନ୍ତ ଭଗବାନ । ପ୍ରସବ ବେଦନା ଠାରୁ ନେଇ ନିଜ ଲୁହକୁ ଲହୁ କରି ସଂସାରକୁ ଆଣିଥିବା ମଣିଷର ଶେଷ ସ୍ଥାନ ଜରା ନିବାସ ନ ହେଉ, ସମସ୍ତଙ୍କୁ ଏତିକି ଅନୁରୋଧ ।

Leave a Reply

Your email address will not be published. Required fields are marked *