ଗୁରୁତର ଆହତ ବାପାକୁ ଡାକ୍ତରଖାନାରେ ଛାଡି ପୁଅ ମାନେ ଗାଏବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଆହତ ହୋଇ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି ବୃଦ୍ଧ ! କାଳିଆପାଣି ଥାନା ଅନ୍ତର୍ଗତ ମଝି ନଗଡ଼ାର ମୁଖ୍ୟ 72 ବର୍ଷୀୟ ବୃଦ୍ଧ ବୃନ୍ଦା ପ୍ରଧାନ ! 24 ତାରିଖ ଶନିବାର ସନ୍ଧ୍ୟା ସମୟରେ ଘର ପାର୍ଶ୍ଵରେ ଥିବା ଚୁଲିରେ ତାଙ୍କର ଦୁଇଟି ଗୋଡ ପୋଡ଼ି ହୋଇ ଗଭୀର ଆଘାତ ଲାଗିଥିବା ବେଳେ ରବିବାର ଦିନ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ! ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ଏକ ଦୁଃଖଦ ଦୃଶ୍ୟ ଏବେ ସାମନାକୁ ଆସିଛି , ବୃଦ୍ଧ ଆଜକୁ 4 ଦିନ ହେବ ପୋଡ଼ି ହୋଇ ଗୁରୁତର ଆହତ ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡ଼ି ରହିଥିବା ବେଳେ ତାଙ୍କର ପୁଅ ମାନେ ତାଙ୍କୁ ଛାଡି ଦେଇ ପଳାଇ ଯାଇଛନ୍ତି ! ବୃଦ୍ଧଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଏବେ ଅଧିକ ଗୁରୁତର ଥିବା ବେଳେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରର କର୍ମଚାରୀ ମାନଙ୍କର ଚିକିତ୍ସା ଆଜି ପର୍ଯ୍ୟନ୍ତ ଜାରି ରହିଛି ! ବୃଦ୍ଧ ବୃନ୍ଦା ପ୍ରଧାନଙ୍କ ପରିବାର ବର୍ଗ କେହି ଆସୁ ନଥିବାରୁ ଏନେଇ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରର ମୁଖ୍ୟ ପରିଚାଳକ ଏ ସଂକ୍ରାନ୍ତରେ କାଳିଆପାଣି ପୋଲିସ କୁ ସୂଚନା ଦେଇଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *