ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଅଲ ଇଣ୍ଡିଆ ଓପନ କରାଟେ ଚାମ୍ପିୟାନସିପ ଉଦଯାପିତ ହୋଇଯାଇଛି । ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିସରରେ ଚଳିତ ମାସ ୨୨ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଶୁକକାଇ କରାଟେ ଡୁ ୟୁନିୟନ ଇଣ୍ଡିଆ ଏବଂ ଉତ୍କଳ କରାଟେ ସ୍କୁଲ , ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଏହି ଚାମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଡୁଙ୍ଗମାଳ ଗ୍ରାମ ପଞ୍ଚାୟତର ପାନ୍ଥନିବାସ ରୋଡ଼ସ୍ଥିତ ଆଇନିଜୀବୀ ବୈକୁଣ୍ଠ ନାଥ ପ୍ରଧାନଙ୍କ କନ୍ୟା ବେଦାଂଶୀଙ୍କ ପ୍ରଧାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଫାଇଟିଂରେ ସ୍ୱର୍ଣ୍ଣ ପଦକ ଓ ତାଙ୍କ ପୁତ୍ର ପ୍ରତୀକ କୁମାର ପ୍ରଧାନ ରୋୖପ୍ୟ ପଦକ ହାସଲ କରିଛନ୍ତି । ଉଭୟ ଭାଇ ଭଉଣୀଙ୍କ ସଫଳତାକୁ ସ୍ଥାନୀୟ ଜନସାଧାରଣ ଅନେକ ଶୁଭେଚ୍ଛା ଜଣାଇଛନ୍ତି ।
ବାଲୁଗାଁ ଅଞ୍ଚଳର ଭାଇ ଭଉଣୀଙ୍କ କରାଟେରେ ସଫଳତା !!!

