ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ବିଦାୟ ନେଇଛି ବର୍ଷ 2002 , ଆସିଛି ନୂଆ ବର୍ଷ 2023 ! ନବବର୍ଷ ରେ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର ! ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଭୂଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ! ମନ୍ଦିର ପରିସରରେ ଭିଡ ନିୟନ୍ତ୍ରଣ ପାଇଁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ସାମାଜିକ ସଂଗଠନ ! ଲିଙ୍ଗରାଜ ଥାନା ଆଇଆଇସି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ ଗହଳି ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ହୋଇଥିବା ସମୟରେ , ପୁରୁଣା ଭୁବନେଶ୍ବରର ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ଏବଂ ପ୍ରଦୀପ ସେବା ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ! ବର୍ଷା ଫାଉଣ୍ଡେସନ ର ପରିଚାଳନା ମୁଖ୍ୟ ବର୍ଷା ଦାସ , ପ୍ରଦୀପ ସେବା ଟ୍ରଷ୍ଟର ପ୍ରଦୀପ କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ଉଭୟ ସଂଗଠନର କୋଡିଏ ରୁ ଅଧିକ ସଭ୍ୟ ସଭ୍ୟା ମନ୍ଦିର ପରିସରରେ ଶ୍ରଦ୍ଧାଳୁ ମାନଙ୍କୁ ସହାୟତା କରିଥିଲେ !
ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ ନିୟନ୍ତ୍ରଣ ପାଇଁ ସାମାଜିକ ସଂଗଠନର ସହଯୋଗ !!!

