ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଗତ ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ୮ ଦିନିଆ ଶିବିର ରେ ୧୮୫ ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ । ମାଷ୍ଟର ଟ୍ରେନର ଭାବେ ଲିପିକା ସାହୁ, ଜ୍ୟୋତି ବିଶ୍ବାସ,ନୀଲମ ସାହୁ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । କଲେଜ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବପ୍ନାଞ୍ଜଳୀ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା କରାଟେ ସଂପାଦକ ଦୀପକ କୁମାର ସାମନ୍ତରାୟ, +୨ ଅଧ୍ୟକ୍ଷା ଡଃ କଳ୍ପନା ଦାଶ, ବରିଷ୍ଠ ଅଧ୍ୟାପିକା ଡଃ ଜୟନ୍ତୀ ସାମଲ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିକ୍ଷିବା ସହିତ ସାହସିକତା ର ସହ ଅସାମାଜିକ ବ୍ୟକ୍ତି ଙ୍କ ସହିତ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ରୀ ଙ୍କୁ ଅତିଥି ମାନେ ସାର୍ଟିଫିକେଟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଡଃ ମୋନାଲିସା ମାନସିଂହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅଧ୍ୟାପିକା ରୀନା ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିବିର କୁ ଅଧ୍ୟାପିକା କ୍ରିଷ୍ଣା ସେଠୀ, ମନସ୍ବିନୀ ପଟ୍ଟନାୟକ,ସ୍ବାତି ସ୍ବାଗତିକା ସାହୁ, କିର୍ତୀମୟୀ ବାରିକ, ତପସ୍ବୀନି ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।
ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

