ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ସମୁଖରେ ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ପକ୍ଷରୁ ମକର ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ମହନ୍ତ ମହାରାଜ ଶ୍ରୀ ରାମନାଥ ଦାସ ଜୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅତିଥି ଭାବେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ସଭାପତି ହରିମୋହନ ପଟ୍ଟନାୟକ, ବରିଷ୍ଠ କଳାକାର କୌଳସ ଚନ୍ଦ୍ର ପଟ୍ଟନାୟକ, ଉପ ସଭାପତି ଲୋକନାଥ ମିଶ୍ର, ସମ୍ପାଦକ ହେମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମକର ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ମତ ରଖିଥିଲେ । ପରେ ପ୍ରତିଭା ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ପଣ୍ଡିତ ନରସିଂହ ଗୌଡ଼, ମନୋଜ କୁମାର ବେହେରା, ଆଦର୍ଶ ଦାସ ଓ ସୁଦୂର ଗୁଣୁପୁର ରୁ ଆସିଥିବା କଳାକାର ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ପରେ ପଦାମୃତ ନୃତ୍ୟାୟନ ବିନ୍ଦୁପ୍ରିୟା ବେହେରାଙ୍କ ନିର୍ଦ୍ଦେଶନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ବିନ୍ଦୁପ୍ରିୟା ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଛି । ଓଡ଼ିଶାର ବିଶିଷ୍ଟ କଳାକାର ମାନଙ୍କ ଦ୍ବାରା ଭଜନ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ପକ୍ଷରୁ ମକର ଉତ୍ସବ !!!

