ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ପୌରପାଳିକା ଉଦ୍ୟମରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା କୁ ନେଇ ସଚେତନତା ଏକ ରାଲ୍ଲୀ ଢେଙ୍କାନାଳ ସହରର ବାଜିଚୌକ ଠାରୁ ଆରମ୍ଭ ହୋଇ ସ୍ଥାନୀୟ ବଳଦେବଜୀଉ ମନ୍ଦିର ପାଖ ପୌରପାଳିକ ପାର୍କ ପର୍ଯ୍ୟନ୍ତ ଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ପୋୖରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା, ଚ୍ୟାମ୍ବର ଅଫ କମର୍ସ ର କର୍ମଚାରୀ, ପୌରପାଳିକାର ସ୍ୱାସ୍ଥ୍ୟ ସାଥୀ ଓ କର୍ମୀ, ସାମାଜିକ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡସ ସଭ୍ୟ, ବଜରଙ୍ଗ କ୍ଲବ ର ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ । ଏହି ସଚେତନତା ରାଲି ମାଧ୍ୟମରେ ଲୋକମାନଙ୍କୁ ସ୍ୱଚ୍ଛତା ଓ ପରିସ୍କାରତା ଅବଲମ୍ବନ କରିବାପାଇଁ ବାର୍ତା ପ୍ରଦାନ କରାଯିବ ସହିତ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ।