ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଆମେ କିଛିଦିନ ତଳେ ଆମ ଚ୍ୟାନେଲ ମାଧ୍ୟମରେ ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନଗୋବିନ୍ଦପୁର ଗ୍ରାମର ଦେବେନ୍ଦ୍ର ସାମନ୍ତସିଂହାର ଙ୍କ ପରିବାରର ଦୁଃଖଭରା କରୁଣ କାହାଣୀ ଏବଂ ଉକ୍ତ ପଞ୍ଚାୟତର ଲଳିତାଦେଇପୁର ଗ୍ରାମର ରାକ୍ଷୀପ୍ରିୟା ସାହୁର ଅସୁସ୍ଥତା ସମ୍ପର୍କରେ ଖବର ପ୍ରସାରଣ କରିଥିଲୁ ! କୁନି ଝିଅ ରାକ୍ଷୀ ର ଦୁଇଟି କିଡନୀ ଖରାପ ହେବା ପରେ , ତା ପରିବାର ତାକୁ ଭଲ କରିବା ପାଇଁ ସର୍ବସ୍ବ ହରାଇଥିବା ବିଷୟରେ ଦେଖାଇଥିଲୁ I ଏହି ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା, ଯାହାକୁ ଦେଖି ଭୁବନେଶ୍ୱର ସ୍ଥିତ ”ବର୍ଷା ଫାଉଣ୍ଡେସନ” ର କିଛି ସ୍ୱେଚ୍ଛାସେବୀ ଉଭୟଙ୍କ ପରିବାର ପାଇଁ କିଛି ରାସନ ସାମଗ୍ରୀ, କିଛି ପରିବା, ପିନ୍ଧିବା ପାଇଁ ପାଇଁ ବସ୍ତ୍ର ଏବଂ କିଛି ନଗଦ ଟଙ୍କା ସାହାଯ୍ୟ କରିଛନ୍ତି I ଅନୁଷ୍ଠାନର କର୍ମକର୍ତ୍ତା ମାନେ ସେମାନଙ୍କୁ ଆଶ୍ୱାସନା ଦେବା ସହିତ ତାଙ୍କ ସୁଖଦୁଃଖ ପଚାରି ବୁଝିଥିଲେ I ଏହା ସହ ସେମାନେ ଦେବେନ୍ଦ୍ର ବାବୁ, ତାଙ୍କ ପତ୍ନୀ ଏବଂ ରାକ୍ଷୀକୁ ଭୁବନେଶ୍ୱର ର ଜଣେ ହୋମିଓପାଥି ଡାକ୍ତରଙ୍କ ସହିତ ଭିଡିଓ କଲ ମାଧ୍ୟମରେ ପରାମର୍ଶ କରାଇଥିଲେ l ଡାକ୍ତର ବାବୁ ଉକ୍ତ ପରିସ୍ଥିତି ବିଷୟରେ ଅବଗତ ହେବା ପରେ ଆଗାମୀ ଦିନରେ ସେ ବ୍ୟକ୍ତିଗତ ଭାବେ ଆସି ଏହି ତିନିଜଣଙ୍କୁ ଚିକିତ୍ସା କରିବେ ବୋଲି ପ୍ରତିଶୃତି ଦେଇଥିଲେ l ତେବେ ଯାହା ହେଉନା କାହିଁ, ଦେବେନ୍ଦ୍ର ବାବୁ ଯଦି ପକ୍ଷାଘାତରୁ ଏବଂ ରାକ୍ଷୀ ଯଦି କିଡନୀ ରୋଗରୁ ଭଲ ହୋଇଯାଆନ୍ତେ ତେବେ ପୂର୍ବପରି ଉଭୟଙ୍କ ପରିବାରରେ ପୁଣି ଖୁସିର ଲହରୀ ଦେଖିବାକୁ ମିଳନ୍ତା l ସୂଚନାଯୋଗ୍ୟ , ଖବର ପ୍ରସାରଣ ପରେ ରାଜଧାନୀର ସାମାଜିକ ଯୁବ ସଂଗଠନ ଏବଂ କଟକ ର ମାରୁତି ସେନା ତରଫରୁ ଉକ୍ତ ପରିବାର କୁ ସାହାଯ୍ୟ ମିଳିଥିଲା ! ତେବେ ଏପରି ସ୍ଥିତିରେ ଗୋଟିଏ କଥା ପ୍ରମାଣିତ ହୋଇଛି – କେବଳ ଖବର ର ପ୍ରସାରଣ ନୂହେଁ , ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପ୍ରୟାସ !
ଖବର ପ୍ରସାରଣ ପରେ ସୁଧୁରୁଛି ସ୍ଥିତି : ଅସହାୟଙ୍କ ପାଖରେ ପହଞ୍ଚିଲେ ବର୍ଷା ଫାଉଣ୍ଡେସନ ର ସଦସ୍ୟ !!!

