ବାଣପୁର ବଜାରରେ ବାଇକ କୁ ପିଟିଲା ବାଇକ : ଜଣେ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେପରୁଆ ଗାଡି ଚାଳନା ଯୋଗୁ ବାଣପୁର ବଜାରରେ ଘଟିଛି ଏକ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣେ ଗୁରୁତର ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ବାଣପୁର ଥାନା ନାରଣଦେଇପୁର ଗ୍ରାମର ଉଦୟ ଜେନାଙ୍କ ପୁଅ କପିଳ ଜେନା । ଘଟଣାରୁ ପ୍ରକାଶ ଯେ , କପିଳ ଜେନା ଓ ତାର ସାଥି ବଳରାମ ତରାଇ ଏକ ପଲସର ମଟର ସାଇକେଲ ଯୋଗେ ଦୃତ ଗତିରେ କଲେଜ ଛକ ଅଭିମୁଖେ ଯାଉଥିବା ବେଳେ ସମୁଖ ଭାଗରୁ ଆସୁଥିବା ଆଉ ଏକ ବାଇକିକୁ ଧକା ଦେଇଥିଲା । ଅନ୍ୟ ବାଇକ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପଲସର ଚାଳକ କପିଳ ଜେନା ଗୁରୁତର ଆହତ ହୋଇ ତଳେ ପଡି ଯାଇଥିବା ବେଳେ ତାର ସାଥି ସାମାନ୍ୟ ଆହାତ ହୋଇଛନ୍ତି । ଘଟଣାସ୍ଥଳରେ ସାମ୍ବାଦିକ ସୁନିଲ କୁମାର ସୁବୁଦ୍ଧି ପହଞ୍ଚି ଥାନାକୁ ଖବର ଦେବା ସହ ଆହାତ କପିଳ ଓ ତାହାର ସାଥିକୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର କପିଳଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରିଛନ୍ତି ।

Leave a Reply

Your email address will not be published. Required fields are marked *