ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପତିତପାବନ ବାଣୀମନ୍ଦିର ପୁରାତନ ଛାତ୍ର ଛାତ୍ରୀ ଙ୍କର ୧୯୯୪ / ୧୯୯୫ ମସିହା ବନ୍ଧୁମିଳନ ପାଳିତ ହୋଇଅଛି I ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରେ ବିଦ୍ୟାଳୟର ବାଣପୁର ଅଞ୍ଚଳର ପ୍ରାୟ ପଚାଶରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ ଗମ୍ଭାରୀମୁଣ୍ଡା ନିକଟସ୍ଥ ମା ଖିଲାମୁଣ୍ଡା ମନ୍ଦିର ଠାରେ ଯୋଗ ଦେଇଥିଲେ I ବନ୍ଧୁମିଳନରେ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କର ଅନୁଭୂତି ପ୍ରଦାନ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଦୁର୍ଗା ଚରଣ ମହାରଣା, ଗୌରହରି ଦଳବେହେରା, କାଶୀନାଥ ଲେଙ୍କା, ଧନେଶ୍ୱର ଭୋଳ, ସୁରେଶ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସ୍ନେହାଶିଷ ପ୍ରଦାନ କରିଥିଲେ I ଏହି ବନ୍ଧୁମିଳନ ସମାରୋହକୁ ସମସ୍ତେ ଆନନ୍ଦର ସହ ଉପଭୋଗ କରିଥିଲେ ସମସ୍ତ ପୁରାତନ ଛାତ୍ରଛାତ୍ରୀ I
ବାଣପୁର ଗମ୍ଭାରୀମୁଣ୍ଡା ପତିତପାବନ ବାଣୀମନ୍ଦିର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ !!!

