ଗୁଆଳିପଡା ଗ୍ରାମ ପଞ୍ଚାୟତ ରେ ଗ୍ରାମସଭା ବୈଠକ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ୨୦୨୩ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଗ୍ରାମ ସଭା ବୈଠକ କରାଯାଇଥିଲା । ନାଏବ ସରପଞ୍ଚ ବବିତା ପ୍ରଧାନ ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ଏବଂ ଡେଲାଙ୍ଗ ବ୍ଲକ୍ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ବିଶେଷ ଆଲୋଚନା ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟା ହିତାଧିକାରୀ ଚୟନ ପ୍ରକିୟା ସମ୍ପର୍କରେ ! ପାନିୟ ଜଳ , ପରିମଳ ବ୍ୟବସ୍ଥା, ରାସ୍ତା ଘାଟ ମରାମତି, ପୋଖରୀ ଅନେକ ଗୁଡ଼ିଏ ବିଷୟରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା କୁ ନେଇ ସଭାରେ ହୋ ହାଲ୍ଲା ପାଟିତୁଣ୍ଡ ସ୍ଥାନୀୟ ଲୋକମାନେ କରିଥିଲେ ।

Leave a Reply

Your email address will not be published. Required fields are marked *