ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପୁଲିସ ହାତରୁ ଖସି ପାରିବେନି ଅପରାଧି ! ରାସ୍ତାରୋକ, ପୁଲିସକୁ ମାଡ଼ ମାରିବା, ଯୌତୁକ ନିର୍ଯ୍ୟାତନା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ୬ ଜଣ ୱାରେଣ୍ଟି ଗିରଫ । ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ସିପାହି ଅସୁରିଢିପା ଗ୍ରାମର ୬ ଜଣ ୱାରେଣ୍ଟି ଗିରଫ ହୋଇଛନ୍ତି । ନୟାଗଡ଼ ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ବରେ ପୋଲିସ ଏହି ୱାରେଣ୍ଟି ମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଥିଲେ । ସିପାହି ଅସୁରଢିପା ଗ୍ରାମର ମଧୁ ଗୌଡଙ୍କ ପୁଅ ହରସ ଗୌଡ, ଫକିର ଗୌଡଙ୍କ ପୁଅ ମଧୁ ଗୌଡ, ରଥି ମହାପାତ୍ରଙ୍କ ପୁଅ ଅସୁନି ମହାପାତ୍ର, ମଧୁ ଗୌଡଙ୍କ ପତ୍ନୀ ସାବି ଗୌଡ, ମୀନା ଗୌଡ ଓ ରୀନା ଗୌଡକୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ବିଭିନ୍ନ ଅଭିଯୋଗ ମାନ ହୋଇଥିଲା । ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି ।
ନୟାଗଡ ପୁଲିସ ହାତରୁ ଖସି ପାରିବେନି ଅପରାଧି !!!

