ପରିବାର ଅଦାଲତରେ ୧୦ ମାମଲା ସମାଧାନ !!!

0
123

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ରେ ଆଇନସେବା ପ୍ରାଧୀକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜଙ୍କ ଆନୁକୁଲ୍ୟରେ ପରିବାର ଅଦାଲତରେ ୨୦୨୩ ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ତିନୋଟି ଦେଵ୍ଵାନୀ ମକଦ୍ଦମା ଓ ୭ ଟି ଭରଣପୋଷଣ ମକଦ୍ଦମା ସହ ମୋଟ ୧୦ ଟି ପରିବାର ମକଦ୍ଦମା ଆପୋଷ ସମାଧାନ ଜରିଆରେ ଫୈସଲା ହୋଇଯାଇଛି । ପରିବାର ଅଦାଲତର ବିଚାରପତି ଶ୍ରୀଯୁକ୍ତ ଅମୃତରଞ୍ଜନ ନନ୍ଦ ଲୋକ ଅଦାଲତର ପରିଚାଳନା କରିଥିଲେ ଏବଂ କାଉନସେଲର ଶ୍ରୀ ଆଶା ଆକାଶ ଗୁରୁ କାଉନସେଲିଂ ଜରିଆରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here