ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅପରାଧପ୍ରବଣ ହୋଇପଡୁଛି ରାଜଧାନୀ . ସହରରେ ବଢ଼ିଲାଣି ଲୁଟିଆଙ୍କ ଉତ୍ପାତ . ଜନଗହଳିପୂର୍ଣ୍ଣ ସିଆରପିଏଫ ଛକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା . ଅଟୋରେ ବସିଥିବା ସମୟରେ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ଲେଡ ରେ ଆକ୍ରମଣ ଓ ଟଙ୍କା ଲୁଟ ଆଲୋଚନାର ବିଷୟ ପାଲଟିଛି . ସୂଚନା ଅନୁସାରେ ଓ ଟିଭିର ଜଣେ ସାମ୍ବାଦିକ ସିଆରପିଏଫ ଛକ ନିକଟରେ ଅଟୋରେ ବସିଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କ ହାତକୁ ବିକେଡ଼ ରେ କାଟି ଟଙ୍କା ଛଡାଇ ନେଇଛନ୍ତି . ଲୁଟିଆଙ୍କ ଆକ୍ରମଣରେ ତାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ।