ଭୁଲ ତଥ୍ୟ ଦେଇ ଗାଈଗୋରୁଙ୍କୁ ଠକିଲା ରାଜସ୍ବ ବିଭାଗ !!!

0
127

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଆମ ଦେଶରେ ଜମିଜମା ବନ୍ଦବୋସ୍ତ କାର୍ଯ୍ୟ ମୋଗଲ ସମ୍ରାଟ ଆକବର ଙ୍କ ସମୟରେ ଆରମ୍ଭ ହୋଇଥିଲା ! କିନ୍ତୁ ଇଂରେଜ ମାନେ ଭାରତ ବର୍ଷକୁ ଆସିବା ପରେ ଜମିଜମାର ବ୍ୟବସ୍ଥା ଶାସକ ମାନଙ୍କ ଶାସନ ପଦ୍ଧତିରେ ତାଳ ଦେଇ ଅଗ୍ରସର ହେଲା । ଇଂରେଜ୍ ମାନ ଙ୍କ ଅମଳରୁ ବୋଗାୟତ୍ , ଗୋଚର , ଫଳଭୋଗି ଏହି ଭଳି ବିଭିନ୍ନ କିସମର ଜମି ବ୍ୟବସ୍ଥା କରାଯାଇଛି । ଆଗରୁ ପ୍ରଚଳିତ ଥିବା ଜାଗିର ଜମି ଗୁଡିକ ଉଚ୍ଛେଦ କରାଯାଇ କର ଧାର୍ଯ୍ୟ କରାଯାଇଥିଲା । ଓଡ଼ିଶା ସର୍ବେକ୍ଷଣ ଓ ବନ୍ଦୋବସ୍ତ ଆଇନ ୧୯୫୮ ରୁ ଆରମ୍ଭ କରାଯାଇ ଓଡ଼ିଶା ର ସମସ୍ତ ଜମିକୁ ସରକାର ଆୟତାଧିନ କରିବା ପରେ ୧୯୬୦ ମସିହାରେ ଏହାକୁ ସୂପରିଚାଳନା କରିବା ପାଇଁ ଓଡ଼ିଶା ଭୁସଂସ୍କାର ଆଇନ ପ୍ରଚଳନ କଲେ । ପ୍ରତି ୨୦ ବର୍ଷ ଅନ୍ତର ରେ ଥରେ ବନ୍ଦବୋସ୍ତ ହେବାର ବିଧି ରହିଅଛି ,ପ୍ରଥମେ ୧୯୬୨ ରେ ବନ୍ଦୋବସ୍ତ ହେଲାବେଳେ ଖୋର୍ଦ୍ଧା ଜିଲ୍ଲା ରେ ମଧ୍ୟ ଏହା ସମ୍ପର୍ଣ୍ଣ ହୋଇଥିଲା । ସେହି ସମୟରେ ଗୋପୀନାଥପୁର , ଧଳାପଥରମୌଜା ଓ ତା ପାଖାପାଖି ରାଜସ୍ବ ଗ୍ରାମ ଗୁଡ଼ିକର ସର୍ବସାଧରଣ ଜମି ଗୁଡିକ ର କିସମ ସେଇ ସମୟର ସର୍ବେକ୍ଷଣ ଅନୁସାରେ ରଖାଯାଇଥିଲା । ଯେତେ ବେଳେ ୧୯୯୮ ମସିହାରେ ପୁଣି ବନ୍ଦୋବସ୍ତ ହେଲା କିଛି ଜମି ଗୋଚର ରହିବାର ବିଧି ଅନୁସାରେ ରଖାଗଲା କିନ୍ତୁ ୧୯୬୦ ବେଳକୁ କଟକ ଜିଲ୍ଲାର ସୀମା କଳାପଥର ଓ ଖୋର୍ଦ୍ଧା ଜିଲ୍ଲାର ଧଳାପଥର ,ଗୋପୀନାଥପୁର ଉନ୍ନତି ସେତେ ହୋଇ ନଥିବାରୁ ସେ ସମୟରେ ରାଜଧାନୀରୁ ବୌଦ୍ଧ ଯାଉଥିବା ରାସ୍ତାର କଡ ରେ ଜମି ଗୁଡ଼ିକର କିସମ ରଖାଯାଇଥିଲା । ବର୍ତ୍ତମାନ ବୋଲଗଡ଼ ତହସିଲ ଅଧିନସ୍ଥ ଗୋପୀନାଥପୁର ମୌଜାର ଜମି ଗୁଡିକ ପ୍ଲଟ ନମ୍ୱର୍ ୪୩ ରୁ ୬୫ ଓ ୩୩୦ , ୯୧ ରୁ ୧୩୨ ସମ୍ପ୍ରତି କଳାପଥର ଧଳାପଥର ମୁଖ୍ୟ ବଜାର ର ରାସ୍ତା କଡ଼ରେ ଜମିଗୁଡ଼ିକ କିସମ ଗୋଚର ରହିଅଛି । ମାତ୍ର ମୋଟ ପ୍ଲଟ ୯୧ରୁ ୧୩୨ ପର୍ଯ୍ୟନ୍ତ ୪୩ ଠାରୁ ୬୫ ପର୍ଯ୍ୟନ୍ତ ଓ ୩୩୦ ପ୍ଲଟ ସହିତ ୮ ଏକର ୧୮୪ ଡିସିମଲି ବୃତ୍ତି ଗୋଚର କିସମ ଉପରେ ଧଳାପଥର ଉଚ୍ଚ ବାଳିକା ବିଦ୍ୟାଳୟ , ଆର.ଆଇ ଅଫିସ ,ପଞ୍ଚାୟତ ଅଫିସ୍, ପଞ୍ଚାୟତ ର ଗ୍ରାମୀଣ ବଜାର, ସମବାୟ ସମିତି, ଇଲେକ୍ଟ୍ରି ଅଫିସ, ଓ ଖଜୁରୀପଦା କୃଷକ ବଜାରର କିଛି ଅଂଶ କଳାପଥର ଡାକ୍ତରଖାନା ର ହତା ଅବସ୍ଥିତ ଅଟେ ! ଗୋଚର, କିସମ ପରିବର୍ତ୍ତନ ବ୍ୟବସ୍ଥା ସହଜ ନଥିଲେ ମଧ୍ୟ ରେକର୍ଡ ଅନୁସାରେ ଉକ୍ତ ବୃତ୍ତି ଗୁଡ଼ିକର କିସମ ଗୋଚର ରହିବା ଦ୍ଵାରା କେଉଁ ପ୍ରକାର ର ସୁବିଧା ସରକାର ଙ୍କୁ ମିଳୁଚି ତାହା ସାଧାରଣ ରେ ପ୍ରଶ୍ନ ଉଠିଛି ? ଦୀର୍ଘ ପଚାଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଏହି ବୃତିଗୁଡ଼ିକ ଜନ ସାଧାରଣ ଙ୍କ ହିତ ଦୃଷ୍ଟିରୁ ବ୍ୟବହାର ହୋଇଥିଲେ ସୁଦ୍ଧା ଜାଗାର ବ୍ୟବହାର ଅନୁସାରେ କିସମ ପରିବର୍ତ୍ତନ କରିବା ପାଇଁ ଆର୍.ଆଇ ଙ୍କ ଠାରୁ ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ ମଧ୍ୟ ଏ ଯାଏଁ ପରିବର୍ତ୍ତନ ହୋଇ ନାହିଁ । ୨୦୨୧ ମସିହା ରେ ତହସିଲଦାର ବୋଲଗଡ଼ ଙ୍କୁ ଅନ୍ନେଶ୍ଵଣ ଅନୁଷ୍ଠାନ ତରଫ ରୁ ଲିଖିତ ଆକର୍ଷଣ କରାଯାଇଥିଲା କି ତାହା କାର୍ଯ୍ୟକାରୀ ହୋଇନାହିଁ । ସ୍ଥାନୀୟ ଜନସାଧାରଣ ଙ୍କ ଓ ସରକାର ଙ୍କ ର ବିଭିନ୍ନ ଅନୁଷ୍ଠାନ ର ବ୍ୟବହାର ଅନୁସାରେ ଜାଗା ଗୁଡ଼ିକ କିସମ ରେ ରେକର୍ଡ କରାଗଲେ ଏବଂ ଯେଉଁ ପରିମାଣ ର ଗୋଚର ଜମିଗୁଡ଼ିକ୍ ସର୍ବାଧାରଣ ବ୍ୟବହାର ରେ ଆସିବ ସେହି ପରିମାଣ ର ଅନାବାଦୀ ଜମିଗୁଡ଼ିକୁ ଗୋଚର ଜମିରେ ପରିଣତ କରାଗଲେ ଗାଈ ଗୋରୁ ମାନଙ୍କ ଚାରଣ ଭୂମି ରୂପେ ବ୍ୟବହାର ହୋଇପାରନ୍ତା । ନଚେତ୍ ଗୋଚର ଜମି ଗୁଡିକ କାଗଜ କଲମ ରେ କେବଳ ରେକର୍ଡ ଭୂକ୍ତ କରାଗଲେ ଗାଈଗୋରୁ ଙ୍କୁ ଠକିବା ଭଳି କଥା ହେଉଛନ୍ତି ବୋଲି ସାଧାରଣ ରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here