ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଏକ ନିଆରା ଢଙ୍ଗରେ ଦାବୀ ଉପସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି । ଗତ ଅକ୍ଟୋବର ୧୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଥିଲା । ଯେଉଁଥିରେ ରାଜ୍ୟରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କରାଗଲା ବୋଲି ଘୋଷଣା କରାଯାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚୁକ୍ତି ଭିତ୍ତିକ କର୍ମଚାରୀ ଓ ଯୁବପିଢି ମଧ୍ୟରେ ନୂଆ ଆଶା ସଂଚାର ହୋଇଥିଲା । କିନ୍ତୁ ଏହି ଘୋଷଣା କନିଷ୍ଠ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଲାଗୁ ନହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯଥାଶୀଘ୍ର ସରକାର କନିଷ୍ଠ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଏହି ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କରିବା ସହ ଚୁକ୍ତି ଭିତ୍ତିକ ଭାବେ ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଚିଠି ଲେଖି ଓ ଇମେଲ ଜରିଆରେ ସଂଘ ପକ୍ଷରୁ ଦାବୀ ଉପସ୍ଥାପନ କରିଛନ୍ତି । ଏନେଇ ସଂଘର ସୁକିନ୍ଦା ବ୍ଲକ ଶାଖା ପକ୍ଷରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସୁକିନ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ପୋଷ୍ଟ ଅଫିସରେ ପହଞ୍ଚି ପୋଷ୍ଟକାର୍ଡ ରେ ଲେଖିଥିବା ଚିଠିକୁ ବାକ୍ସ ରେ ପକାଇଥିଲେ ।
ଚିଠି ଲେଖି ଅଧିକାର ଦାବୀ କଲେ ଶିକ୍ଷକ !!!

