ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଉମରକୋଟ ବ୍ଲକ ବେହେଡା ଗ୍ରାମରେ ଚଢ଼ାଉ କରି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ପୁଲିସ ! ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଗ୍ରାମରେ ବିଷ୍ଣୁପଦ ମଲିକ ନାମକ ବ୍ୟକ୍ତି ଏକ ଭଡା ଘର ନେଇ ବ୍ୟବସାୟ କରୁଥିଲେ ! ତାଙ୍କ ନିଜ ଗ୍ରାମ ମୁର୍ତ୍ତୁମା (uv6) ! ଆଜି ସକାଳୁ ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ଏସ ଆଇ ସନ୍ତୋଷ କୁମାର ମାଝୀ, ଦୁଇ ହୋମଗାର୍ଡ ଏବଂ ଆଇଆରବି ଫୋର୍ସ ର କିଛି ଯବାନ ଏକତ୍ରିତ ହୋଇ ବିଷ୍ଣୁପଦ ମଲିକ ଙ୍କ ବେହେଡା ସ୍ଥିତ ଭଡା ଘରେ ଚଢ଼ାଉ କରିଥିଲେ ! ଚଢ଼ାଉ ରେ ପ୍ରାୟ ଦୁଇ କୁଇଣ୍ଟାଲ ଛଅ କିଲୋ ଗଞ୍ଜେଇ ସହ ଦୁଇଟି ମୋଟର ସାଇକେଲ, ତିନୋଟି ମୋବାଇଲ, ଏକ ଲକ୍ଷ ଦୁଇ ହଜାର ନଗଦ ଟଙ୍କା , ଗୋଟିଏ ଇଲେକ୍ଟ୍ରୋନିକ ମେସିନ ଉମରକୋଟ ପୋଲିସ ଜବତ କରିଛି ! ମହଜୁଦ ଥିବା ଗଞ୍ଜେଇ ଅନ୍ୟ କୌଣସି ସ୍ଥାନକୁ ଚାଲାଣ କରିବାର ଯୋଜନା ଥିଲା ! ଗଞ୍ଜେଇ କାରବାର ରେ କୋଇଗୁଡ଼ା ଗ୍ରାମର ରହିମ ହରିଜନ , ଦଳେଇଗୁଡ଼ା ଗ୍ରାମର କୃଷ୍ଣ ହରିଜନ ଏବଂ ପରଚିପାରା ଗ୍ରାମର ତାପସ ଦାସ ସାମିଲ ଅଛନ୍ତି ! ବିଷ୍ଣୁପଦ ମଲିକ ଙ୍କ ସହ ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଉମରକୋଟ ଏସ୍ଡ଼ିପିଓ ଶୁଭେନ୍ଦୁ କୁମାର ଶବର ପ୍ରକାଶ କରିଛନ୍ତି !
ଉମରକୋଟ ପୁଲିସ କୁ ବଡ଼ ସଫଳତା !!!

