୭ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଯେପରି ଜନ୍ମ ନେଲେ ମୃତ୍ୟୁ ସତ୍ୟ । ସେହିପରି ଜଣେ ଚାକିରି କରି କର୍ମକ୍ଷେତ୍ରରେ କାର୍ଯ କରିବା ପରେ ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟର ଅବଧି ପରେ ପୁଣି ସେହି ବ୍ୟକ୍ତିଙ୍କୁ କର୍ମ କ୍ଷେତ୍ରରୁ ବିଦାୟ ନେବାକୁ ପଡିଥାଏ । ଏହି ନିୟମ ଅନୁଯାୟୀ ଆଜି ରଣପୁର ବି.ସି. ନୋଡାଲ ଉଚ୍ଚ ବିଦ୍ୟାଳୟର ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଡକ୍ଟର କଳ୍ପନା ରଥ, ବାସନ୍ତୀ ପଟ୍ଟନାୟକ, କ୍ଷେତ୍ରବାସୀ ସିଂଦେଓ ଚାକିରିରୁ ଅବସର ଗ୍ରହଣ କରିଥିବା ବେଳେ ତପନ ସ୍ୱାଇଁ, ବିପିନ ବିହାରୀ ତ୍ରିପାଠୀ, ଗଦାଧର ବେହୁରା ଚାକିରୀରେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଛନ୍ତି ଏବଂ ବିଜୟ କୁମାର ମହାପାତ୍ର ଟ୍ରାନ୍ସଫର ହୋଇ ଅନ୍ୟତ୍ର ଯାଇଥିବା ଜଣାପଡିଛି । ଆଜିର ଏହି ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାନଲତା ବେହେରା ଙ୍କ ସଭାପତିତ୍ୱରେ ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନେ ବିଦାୟ ସଙ୍ଗୀତ ଗାନ କରିଥିଲା ବେଳେ ଶବ୍ଦ ଓ ସ୍ଵର ସଂଯୋଜନାରେ ଶିକ୍ଷୟତ୍ରୀ ଲୁଇସ୍ ଏଲିନା ମିଶ୍ର, ଶୁଭସ୍ମିତା ପାଇକରାୟ, ଶ୍ରଦ୍ଧାଞ୍ଜଳି ଦାଶ, ମାନସୀ ବେହେରା, ସସ୍ମିତା ପ୍ରଧାନ , ପ୍ରତିମା ଦେବୀ , ସୋନୁ ଶତପଥି ମାନପତ୍ର ପଠନ କରିଥିଲେ । ସମ୍ବର୍ଦ୍ଧନା ସଭାରେ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ମୃତିକୁ ମନେ ପକାଇ ଆଖିରୁ ଲୁହ ଝରୁଥିବାର ଦେଖିବାକୁ ମିଳିଥିଲା l ବିଦ୍ୟାଳୟ କମିଟି ର ସଭାପତି ମାଧବ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉଦ୍ଦେଶ୍ୟ ରେ କିଛି ବାକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କ୍ଲର୍କ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *