ସାଧକ ଶତକ ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସୁନାମଧନ୍ୟ ଓ ଶ୍ରେଷ୍ଠ ସାଧକ ମାନଙ୍କ ଜୀବନବ୍ୟାପୀ କୃତିକୁ ନେଇ ପ୍ରକାଶ ପାଇବାକୁ ଯାଉଥିବା ‘ସାଧକ ଶତକ’ ପୁସ୍ତକ ଆଗାମୀ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଲୋକାର୍ପଣ ହେବ ! କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଦୋଳବେଦୀ ଠାରେ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପ୍ରାୟୋଜିତ ପ୍ରସ୍ତୁତି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରକାଶିତ ହେବାକୁ ଥିବା ‘ସାଧକ ଶତକ’ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହା ପରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ମାନେ ସେମାନଙ୍କ ମତ ବ୍ୟକ୍ତ କରିଥିଲେ । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୮ ଟି ବ୍ଲକ ଏବଂ ପୌରାଞ୍ଚଳର ଦିବଂଗତ ଏବଂ କାର୍ଯ୍ୟରତ ସାହିତ୍ୟିକ, ସାରସ୍ୱତ ସାଧକ, ସଂଗ୍ରାମୀ, କ୍ରୀଡ଼ା, ସଙ୍ଗୀତ ବିଜ୍ଞାନ ପ୍ରଭୃତି ଶ୍ରେଷ୍ଠ ସାଧକ ମାନଙ୍କୁ ଉକ୍ତ ପୁସ୍ତକରେ ସ୍ଥାନିତ କରାଯିବ। ଏକ ଚୟନ କମିଟି ଉପଯୁକ୍ତ ଭାବେ ସମୀକ୍ଷା କରି ଶହେ ଜଣ ସାଧକଙ୍କୁ ମନୋନୀତ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକ ରେ ନାଟ୍ୟଭୂଷଣ ଡ଼ ବିଜୟ ଚୌଧୁରୀ, ଡ଼ ସୁକାନ୍ତି ମହାନ୍ତି, ଲୋକନାଥ ମିଶ୍ର, ରଂଜନ ଦାଶ, ଯଶୋବନ୍ତ ପଟ୍ଟନାୟକ, ଗୋଦାବରୀଶ ମିଶ୍ର, ନବକିଶୋର ମିଶ୍ର, ହରିଶ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଶତପଥୀ, ନିଳିମା ନନ୍ଦ, ଅଶୋକ ମଲ୍ଲ ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ । ବିକାଶ ମଞ୍ଚର ସମ୍ପାଦକ ନିର୍ମଳ ଚନ୍ଦ୍ର ଶୁରଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *