ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଟାଉନ ହଲ ଠାରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ହୋଇ ଯାଇଛି । ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ ଙ୍କ ସହ ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ , ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନଟବର ଗରଡ଼ଙ୍କ ସମେତ ବିଭିନ୍ନ ୱାର୍ଡ ର କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱଚ୍ଛ ସାଥି ସୁପରଭାଇଜର, ସ୍ୱଚ୍ଛ କର୍ମୀ , ଜଳ ସାଥି , ଆହାର କେନ୍ଦ୍ର କର୍ମୀ ଏହିପରି ମୋଟ 59 ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ପୌର ପରିଷଦ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ !!!

