ଅଷ୍ଟମ ଗଜପତି ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକୁଳିପଦର ପଦର ଠାରେ ତ୍ରିଦିବସିୟ ଅଷ୍ଟମ ଗଜପତି ଜିଲ୍ଲା ଜୁନିୟର ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି। ଏହି ଶିବିରରେ ଜିଲ୍ଲାର 96 ଟି ଉଚ୍ଚ ବିଦ୍ୟାଳୟ ର 326 ଛାତ୍ର ଛାତ୍ରୀ ଯୋଗ ଦେଇ ପ୍ରଶିକ୍ଷଣ ନେଇ ଥିଲେ।ଫେବ୍ରୁଆରୀ 27 ତାରିଖ ଉଦଘାନି ଉତ୍ସବରେ ମୋହନା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜିତ ଶବର ଉଦଘାଟନ କରିଥିବା ବେଳେ ରାମନାଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ମୁଖ୍ୟ ଅତିଥି ନରହରି ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।ମୋହନା BEO ଦେବ ଦାସ ତାମରାପୁଙ୍କ ସଭାପତିତ୍ୱ ରେ ସ୍ଥାନୀୟ ସରପଞ୍ଚ ସତ୍ୟ ଦଣ୍ଡସେନା ଯୋଗ ଦେଇଥିଲେ।ଏହି ତିନି ଦିନରେ ଜୁନିୟର ମାନଙ୍କ JRC ର ଇତିହାସ,ସଡକ ସୁରକ୍ଷା, ରକ୍ତ ଦାନ, ପ୍ରାଥମିକ ଚିକିତ୍ସା,ବିଦ୍ୟାଳୟରେ JRC ର ଭୂମିକା ଆଦି ବିଷୟରେ ଶିକ୍ଷା ଦାନ ଦିଆଯାଇଥିଲା।ସମ୍ବଳ ସାଧନ ଅଧିକାରୀ ଭାବେ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସୁଭାଷ ଚନ୍ଦ୍ର ସାହୁ, ସୁବାଷ ଚନ୍ଦ୍ର ବିଷୋୟୀ, ସଂଜୀବ କୁମାର ଦାସ, ନରହରି ପ୍ରଧାନ ଓ ପ୍ରହ୍ଲାଦ ସିଅଳ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ କରିଥିଲେ। ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୁଶ୍ରୀ ତପସ୍ୱିନୀ ହାଁସଦା ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜିତ ଶବର, ସ୍ଥାନୀୟ ଡାକ୍ତର ସନ୍ଦୀପ ଗୌଡ଼ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଏହି ଶିବିରରେ ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା।ଜୁନିୟର ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଜୁନିୟର ଭାବେ ଶିକୁଳିପଦର ହାଇ ସ୍କୁଲର ଦୀପ୍ତି ଲତା ପାଣିଗ୍ରାହୀ ଓ ଅଲଡା ଆଦର୍ଶ ବିଦ୍ୟାଳୟର ଛାତ୍ର ରକମ ଉଦୟ ଭେଙ୍କେଟାସ୍ ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବାଳ କୃଷ୍ଣ ବାଗ୍ ସିଂ ଙ୍କୁ ଶ୍ରେଷ୍ଠ ପରାମର୍ଶ ଦାତା ରୂପେ ସମ୍ମାନୀତ କରା ଯାଇଥିଲା।ଏହି ତ୍ରି ଦିବସିୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁରେନ୍ଦ୍ର ପାତ୍ର, ଜିଲ୍ଲା JRCO ସଞ୍ଜୀବ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ଦେବୀ,ଏମ୍ ରାଜେନ୍ଦ୍ର ଦୋରା ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ମହେନ୍ଦ୍ର ଗିରୀ ହାଇ ସ୍କୁଲର ହିନ୍ଦୀ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ମଞ୍ଚ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *