ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ” ଚିଲିକା ତାଲୁକ ଆଇନ୍ ସେବା କମିଟି ” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ ” ଚିଲିକା ତାଲୁକ ଆଇନ ସେବା କମିଟି ” ପକ୍ଷରୁ ଏହାର ଅଧ୍ୟକ୍ଷ ତଥା ଚିଲିକା ଜୁଡିସିଆଲ କୋର୍ଟ ର ମାନ୍ୟବର ବିଚାରପତି ବିକାଶ ଗୋଏଲ୍ ଙ୍କ ଅଧ୍ୟକ୍ଷତାରେ ଆଜି ଚିଲିକା ବ୍ଲକ ର ହରିପୁର ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ “ମହିଳା ଆଇନ ସହାୟତା ଓ ସଚେତନତା ” ଶୀର୍ଷକ ଵିଷୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାନ୍ୟବର ବିଚାରପତି ଶ୍ରୀ ଗୋଏଲ୍ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଉପସ୍ଥିତ ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀର ସଭ୍ୟା ମହିଳା ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବେ ହରିପୁର ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ବେହେରା, ଚିଲିକା ବ୍ଲକର ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ପୂର୍ବତନ ହରିପୁର ସରପଞ୍ଚ ବଳଭଦ୍ର ବଳବନ୍ତରାୟ, ପୂର୍ବତନ ଚିଲିକା ଵ୍ଲକ ଉପାଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ କୁମାର ପଟ୍ଟନାୟକ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ । ଏଥିରେ ଆମନ୍ତ୍ରିତ ଵକ୍ତା ଭାବେ ଚିଲିକା ଓକିଲ ସ°ଘ ପକ୍ଷରୁ ସଂଘ ସଭାପତି ଖଗେଶ୍ବର ପାତ୍ର, ଆଡଭୋକେଟ ଅଶୋକ କୁମାର ଜେନା, ଆଡଭୋକେଟ ବିରଞ୍ଚି କୁମାର ବେହେରା ବିଭିନ୍ନ ମହିଳା ଆଇନ ଉପରେ ବକ୍ତବ୍ୟ ରଖିଥିଲେ । ଚିଲିକା ଜୁଡିସିଆଲ କୋର୍ଟ ର ବଡ଼ବାବୁ ଶିଦ୍ଦଲାଲ ମାରାଣ୍ଡି, ପଦସ୍ଥ କର୍ମଚାରୀ ରାକେଶ କୁମାର ରଥ, ସହଯୋଗୀ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ସହ ହରିପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ବିଜୟ କୁମାର ବେହେରା ଏଥିରେ ସହଯୋଗ ପ୍ରଦାନ କରିଥିଲେ । ” ଚିଲିକା ତାଲୁକ ଆଇନ ସେବା କମିଟି” ପକ୍ଷରୁ ଏହାର ସଭ୍ୟ ଆଡଭୋକେଟ ପ୍ରଦୋଷ କୁମାର ଦାସ ସଭା ସଞ୍ଚାଳନ କରିଥିବା ବେଳେ ଅନ୍ୟତମ ସଭ୍ୟ ତଥା ଚିଲିକା ଓକିଲ ସଂଘ ସମ୍ପାଦକ ଆଡଭୋକେଟ ଦେବାଶିଷ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *