ଓଡିଶା ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ସାମିଲ ହେଲେ ବାଣପୁର ଅଞ୍ଚଳର ଶହ ଶହ ଡ୍ରାଇଭର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ଡ୍ରାଇଭର ମହାସଂଘ ବାଣପୁର ବ୍ଲକ ଶାଖା ଡ୍ରାଇଭର ସଂଘର ସଭାପତି ବନମାଳୀ ପରିଡା ଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଡ୍ରାଇଭର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ସାମିଲ ହେଲେ । ଆଜି ଏ ଦୃଶ୍ୟ ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ବାଲୁଗାଁ ବାଇପାସ ଉପରେ ! ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି ବାଲୁଗାଁ ବାଣପୁର ଚିଲିକା ଅଞ୍ଚଳର ଡ୍ରାଇଭର । ରାଜ୍ୟ ସରକାର ଡ୍ରାଇଭର ଙ୍କୁ ଅଣଦେଖା କରିଥିବାରୁ ଓ ତାଙ୍କର ଦଶ ଦଫା ଦାବି ପୂରଣ ନକରି ବାରମ୍ବାର ଦିନ ଗଡାଉ ଥିବାରୁ ଓଡିଶା ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାକୁ ଓଲ୍ହାଇଛି ! ସଂଘର ସଭାପତି କହିଛନ୍ତି , ଯେଉଁ ପର୍ଯନ୍ତ ସରକାର ଆମର ଦାବିକୁ ନ ଶୁଣିଛନ୍ତି ଆମେ ସେ ପର୍ଯନ୍ତ ରାଜ ରାସ୍ତାରୁ ହଟିବୁ ନାହିଁ ! ଆଗକୁ ଏଇ ଆନ୍ଦୋଳନକୁ ତୀବ୍ର କରିବୁ ବୋଲି ବାଣପୁର ଡ୍ରାଇଭର ସଂଘ ସଭାପାଇଁ ବନମାଳୀ ପରିଡା ଗଣମାଧ୍ୟମ କୁ କହିଛନ୍ତି । ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ପ୍ରଭାବ ରେ ରାସ୍ତାରେ ଅଟକି ରହିଥିବା ଗାଡି ଡ୍ରାଇଭର ଙ୍କର ଯେପରି କୌଣସି ଅସୁବିଧା ନହୁଏ ସେସବୁକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସଂଘ ତରଫରୁ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି ଓ ତା ସହ କୌଣସି ଡ୍ରାଇଭର ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନହେଉ ସେଥିପାଇଁ ସଙ୍ଘ ତରଫରୁ ଆମ୍ବୁଲାନ୍ସ ର ବ୍ୟବସ୍ଥା କରାଯାଇ ଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *