ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ସ୍କୁଲ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବର୍ତମାନ ସମୟରେ ସମସ୍ତେ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି l ପୂର୍ଵ ପରି ଏକାଠି ବସି କଥା ହେବା , ଖାଇବା ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଯିବା ପାଇଁ ସମୟ ଦେବା ଦୂରର କଥା ହୋଇଥିବା ବେଳେ ନିଜର ପରିବାର ବନ୍ଧୁ ବାନ୍ଧବ ମାନଙ୍କୁ ନିଜ କାର୍ଯ୍ୟରୁ ବାହାରି ସମୟ ଦେବା କଷ୍ଟକର ହୋଇପଡୁଛି l ଏପରି ସମୟରେ ଡେରାବିଶ ସ୍କୁଲ ର 1989 ମସିହା ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଡେରାବିଶ ଶୃଘଳେଶ୍ୱର ମହାଦେବ ମନ୍ଦିର ପରିସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ପୁରାତନ ଛାତ୍ର ବଟପ୍ରସାଦ ହୋତା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସୁରେନ୍ଦ୍ର ବେହେରା l ମୁଖ୍ୟ ଅତିଥି ଭାବେ ଡେରାବିଶ ସ୍କୁଲ ର ବିଜ୍ଞାନ ଶିକ୍ଷକ ସୁବାସ ଚନ୍ଦ୍ର କରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା l ପୁରାତନ ଛାତ୍ର ଗିରିଜା ଶଙ୍କର ଦାସ, ଖୁରସିଦ ଖାଁ, ସ୍ଵର୍ଣ୍ଣଲତା ପଳାଇ, ଅଜିତ ମିଶ୍ର, ଶ୍ରୀକାନ୍ତ ରାଉତରାୟ, ଅରବିନ୍ଦ ଦାସ, ଶ୍ରୀମତୀ ବେହେରା, ସ୍ନେହମୟୀ ମିଶ୍ର, ପବିତ୍ର ମୋହନ ହୋତା, ପୁପେନ୍ଦ୍ର ବେହେରା ଓ ହୃଦାନନ୍ଦ ସିଂହ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଏଥିରେ 1989 ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ l ଆଗାମୀ ଯୁବପିଢ଼ି ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ନିଜର ସାଙ୍ଗ ସାଥି ମାନଙ୍କ ସହ ମିଳାମିଶା କରିବା ଦ୍ଵାରା ଅନେକ ଅଂଶ ରେ ଖୁସି ଅନୁଭବ କରିପାରିବେ ବୋଲି କହିଛନ୍ତି ଛାତ୍ର ଛାତ୍ରୀ ମାନେ l

Leave a Reply

Your email address will not be published. Required fields are marked *