ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାଇକ ଚାଳକଙ୍କ ଦୌରାତ୍ମ୍ୟ ! ନିଜର ସଉକି ନିମନ୍ତେ ସେମାନଙ୍କ ବାଇକ୍ ରେ ବିଭିନ୍ନ ପ୍ରକାରର ସାଇଲେନ୍ସର ପାଇପ ଲଗାଇ ଶବ୍ଦ ପ୍ରଦୂଷଣ କରୁଥିବା ବେଳେ ତାହାର ଶବ୍ଦରେ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ବାଇକ ଚାଳକ ମାନଙ୍କ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବାଣପୁର , ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଆଦି ଅଞ୍ଚଳରେ କେତେକ ଯୁବକ ଜାଣିଶୁଣି ଦୃତ ଗତିରେ ବାଇକ ଚଳାଇବା ସହ ଶବ୍ଦ ପ୍ରଦୂଷଣ କରୁଥିବା ବେଳେ ବାଇକରେ ଶବ୍ଦ ବଢାଇବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତିି । ଯାହା ଦ୍ଵାରା ବାଇକ୍ ରୁ ପ୍ରଚଣ୍ଡ ଭାବେ ଶବ୍ଦ ବାହାରିବା ସହିତ ତାହାର ଧୂଆଁରେ ପରିବେଶ ଦୂଷିତ ହେଉଛି । ଫଳରେ ରାସ୍ତାରେ ଗମନା ଗମନ କରୁଥିବା ଯାତ୍ରୀ ମାନଙ୍କ ଉପରେ ଖରାପ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ବାଇକ ଚଳାଇ ଶବ୍ଦ ପ୍ରଦୂଷଣ କରୁଥିବା ବାଇକ ଚାଳକ ମାନଙ୍କ ଉପରେ ପୋଲିସ ପ୍ରଶାସନ ପକ୍ଷର କେବେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହେଉଛି ।
ବାଣପୁର ଥାନା ଅଞ୍ଚଳରେ ଶବ୍ଦ ପ୍ରଦୂଷଣ କରୁଥିବା ବାଇକ ଚାଳକ ଙ୍କ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନେଇ ଦାବି !!!

