ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତିନି ମାସର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଭିତର କାଠ ହୁଣ୍ଡି ଖୋଲାଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବୁଲ୍ବୁଲ୍ ବେହେରା , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ଥାନୀୟ ଥାନା ଏ.ଏସ୍.ଆଇ. , ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବିକ୍ରମ କେଶରୀ ଜେନା, ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର , ଅଶ୍ଵିନୀ ମିଶ୍ର, ସେବାୟତ ପ୍ରକାଶ ମହାପାତ୍ର, ବସନ୍ତ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇଥିଲା । ସମୁଦାୟ ୧,୩୯,୧୯୩ / ଏକ ଲକ୍ଷ ଅଣଚାଳିଶି ହଜାର ଦୁଇ ଶହ ତେୟାନବେ ଟଙ୍କା ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା ରଖାଯାଇସିଛି । ଶ୍ରଦ୍ଧାଳୁ ମାନଙ୍କର ମଙ୍ଗଳ କାମନା କରି ଏହି ଦାନ ଅର୍ଥ ମା’ ଙ୍କ ନୀତିକାନ୍ତି ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ ।