ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ଇନସ୍ପାୟାର କଲେଜ ଠାରେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଛି ! ଆଜିର ଏହି କାର୍ଯ୍ୟକ୍ରମରେ ବକ୍ତୃତା , ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଥାକାର ଗୋପୀନାଥ ସେଠୀ, ଯୁବ ଲେଖକ ପ୍ରଭୂଦତ୍ତ ପ୍ରଧାନ , କଥାକାର ଓ ଯୁବ ଲେଖକ ତଥା ପ୍ରକାଶକ ଦିଲ୍ଲୀପ ସାହୁ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ । ନୟାଗଡ଼ ଜିଲ୍ଲାର କୋଡ଼ିଏରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ପାଖାପାଖି ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ବକ୍ତୃତା ପ୍ରତିଯୋଗିତା କ୍ରମାନ୍ୱୟରେ ପ୍ରିତୀପ୍ରଭା ମହାପାତ୍ର, ଚିନ୍ମୟୀ ମିଶ୍ର, ପାୟଲ ପ୍ରିୟଦର୍ଶିନୀ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସଙ୍ଗୀତ ପ୍ରତିଯୋଗିତାରେ ପୂଜା ନାୟକ, ମିଲନ କୁମାର ସ୍ବାଇଁ, ଭାଗ୍ୟଶ୍ରୀ ପୃଷ୍ଟି କ୍ରମାନ୍ୱୟରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ନୃତ୍ୟରେ ରାଜ କିଶୋର ସାହୁ, ଚିନ୍ମୟୀ ମିଶ୍ର, ଅନନ୍ୟା ଅଭିଲିପ୍ସା ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ । ଆଗାମୀ ଉତ୍କଳ ଦିବସ ଅବସରରେ ଅନନ୍ୟା ଫାଉଣ୍ଡେସନ ତରଫରୁ କରାଯିବାକୁ ଥିବା ସମାରୋହରେ ନୋତର କଲ୍ୟାଣ ମଣ୍ଡପ ଠାରେ ଉକ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯିବ । ସୂଚନା ଥାଉକି ଅନନ୍ୟା ଫାଉଣ୍ଡେସନ ତରଫରୁ ଆୟୋଜିତ ହେବାକୁ ଥିବା ଉତ୍କଳ ଦିବସ ସମାରୋହରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୁକ୍ତା ଯୋଜନା ଉପଦେଷ୍ଟା ତଥା ସମାଜସେବୀ ମୀରା ପରିଡ଼ା ଯୋଗ ଦେବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *