ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନଂ ୱାର୍ଡ ଚିଆଙ୍କ ସାହି ଗ୍ରାମରେ ଅଶୋକାଷ୍ଟମୀ ଅବସରରେ ସାମାଜିକ ନାଟକ “ଏତେ ଦୁଃଖ କାଇଁ ଦେଲୁ ଦଇବ” ମଞ୍ଚସ୍ଥ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ହେଉଥିବା ପାରମ୍ପରିକ ଦଣ୍ଡ ଯାତ୍ରା ସମୟରେ ପଡ଼ିଥାଏ ଅଶୋକାଷ୍ଟମୀ ପର୍ବ । ପବିତ୍ର ଅଶୋକାଷ୍ଟମୀ ଅବସରରେ ବାଣପୁର ଚିଆଙ୍କ ସାହି ଗ୍ରାମରେ ବଡହନ୍ତୁଆଡ ଗ୍ରାମ ନିବାସୀ ଶ୍ରୀ ଶ୍ରୀ ରାଜାରାଜେଶ୍ଵର ଦେବ ଙ୍କ ଦଣ୍ଡ ଠାକୁର ବିଜେ କରିଥିଲେ ଚିଆଙ୍କ ସାହି ଗ୍ରାମରେ । ସନ୍ଧ୍ୟା ସମୟରେ ଦଣ୍ଡ ଠାକୁରଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବା ସହ ଉକ୍ତ ଗ୍ରାମର ଗୋପୀନାଥ ଦେବ ଗ୍ରାମବାସୀ ଙ୍କ ଘରୁ ଭୋଗ ଲାଗି କରାଯାଇଥିଲା ଓ ରାତ୍ର ସମୟରେ ରାଜାରାଜେଶ୍ଵର ଦେବଙ୍କ ଦଣ୍ଡ ଯାତ୍ରା ଉପଲକ୍ଷେ ରାଜାରାଜେଶ୍ଵର ନାଟ୍ୟ ସଂସଦ ପକ୍ଷରୁ ମନୋରଞ୍ଜନ ପାଇଁ ସାମାଜିକ ନାଟକ “ଏତେ ଦୁଃଖ କାଇଁ ଦେଲୁ ଦଇବ” ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଚିଆଙ୍କ ସାହି ଗ୍ରାମର ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ । ଗତଦୁଇ ରୁ ତିନିବର୍ଷ ର କୋଭିଡ କଟକଣା ପରେ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଧୁମଧାମ ର ସହିତ ଅନୁଷ୍ଠିତ ହୋଇଥିଲା ଅଶୋକାଷ୍ଟମୀ ପର୍ବ ।
ଅଶୋକାଷ୍ଟମୀ ଅବସରରେ ଚିଆଙ୍କ ସାହି ଗ୍ରାମରେ ସାମାଜିକ ନାଟକ “ଏତେ ଦୁଃଖ କାଇଁ ଦେଲୁ ଦଇବ” ମଞ୍ଚସ୍ଥ !!!

