ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ରଥ ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ସୁକିନ୍ଦାର ଦୁଇ ଯୁବକ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ସୁକିନ୍ଦା ବାରିକ ସାହି ରଥେଶ୍ୱର୍ ବାରିକଙ୍କ ପୁଅ ମାନସ ବାରିକ (୨୮) ଘରୁ ହନୁମାନ ଛକ ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଜଗନ୍ନାଥ ସାହିର ଲକ୍ଷ୍ମୀଧର ମଲ୍ଲିକଙ୍କ ପୁଅ ରୂପେଶ ମଲିକ(୨୪) ବାଇକ ସହ ଦୁର୍ଘଟଣା ଘଟିଥିଲା ।ଏହି ଦୁର୍ଘଟଣାରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ।
ସୁକିନ୍ଦା ରଥଛକ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର : କଟକ ସ୍ଥାନାନ୍ତର !!!

