କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଶ୍ଵ ସ୍ତରୀୟ ହେବାକୁ ଥିବା ଏସସିବି ମେଡ଼ିକାଲ ର ବ୍ୟାପକ ଅବ୍ୟବସ୍ଥା ନେଇ ମେଡ଼ିକାଲ ଅଧୀକ୍ଷକ ଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କଲେ କଟକ – ବାରବାଟି ର ବିଧାୟକ ମହମ୍ମଦ ମୋକିମ । ବିଧାୟକ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଏସସିବି ମେଡ଼ିକାଲ ଯାଇ ବିଭିନ୍ନ ଅବ୍ୟବସ୍ଥା ଯେପରିକି, ଡ଼ାକ୍ତରଙ୍କ ଅଭାବ, ମେଡ଼ିସିନ, ଏମ ଆର ଆଇ, ନିରାମୟ ଏବଂ ଆହାର କେନ୍ଦ୍ର ରେ ଲୋକଙ୍କ ଗହଳି, ପରୀକ୍ଷା ପାଇଁ ଦିଆଯାଉଥିବା ଦୀର୍ଘ ସମୟର ଅବଧି ଓ ଅନ୍ୟାନ୍ୟ ଅବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଧାରଣ ଜନତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାର ପ୍ରଚାର ପ୍ରସାର କରୁଥିବା ବେଳେ ବାସ୍ତବ ରୂପ କିଛି ଅଲଗା ବୋଲି ଅଭିଯୋଗ ଆଣିଛନ୍ତି କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍ । ଅନ୍ୟପଟେ ସ୍ବାସ୍ଥ୍ୟ ସେବା ଠିକ୍ ରୂପେ ଯୋଗାଇ ଦିଆଯାଉଛି ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରୋଗୀମାନଙ୍କ ପାଇଁ ଡାକ୍ତର ମାନଙ୍କ ଅଭାବକୁ ସ୍ବୀକାର କରି ଆଗାମୀ ଦିନରେ କିପରି ଏହାର ସ୍ଥାୟୀ ସମାଧାନ ହୋଇ ପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମେଡ଼ିକାଲ ଅଧୀକ୍ଷକ ଡ. ସୁଧାଂଶୁ ଶେଖର ମିଶ୍ର ।
ବିଭିନ୍ନ ସମସ୍ୟାକୁ ନେଇ କଟକ ବଡ ମେଡ଼ିକାଲ ଅଧୀକ୍ଷକଙ୍କୁ ଭେଟିଲେ ବିଧାୟକ ମହମ୍ମଦ ମୋକିମ !!!

