ଭଙ୍ଗାଘର ପାଇଁ ସ୍ତ୍ରୀ ପିଲା ବର୍ଷେ ହେବ ବାହାରେ !!!

0
270

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗରିବ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କରି ଚାଲିଛନ୍ତି ଯୋଜନା ପରେ ଯୋଜନା , ଅନେକ କ୍ଷେତ୍ର ରେ ଯୋଜନା ସବୁ ସଫଳ ହେଉଥିବା ବେଳେ ଅନେକ କ୍ଷେତ୍ର ରେ ଏହି ଯୋଜନା ସବୁ ପାଲଟିଛି ସାତ ସପନ !

ଏପରି ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ପଞ୍ଚାୟତର ବିରିଗଡା ଗ୍ରାମର ଦୁଲୁମ ସାମଲାଏ ରହିବାକୁ ନାହିଁ ଘର , ପୁରୁଣା ଚାଳ ଛପର ଘର ସମ୍ପୂର୍ଣ ଭାଙ୍ଗିଯାଇଛି , ସରକାରୀ ଘର ମିଳିବା ତ ତାଙ୍କ ପାଇଁ ସାତ ସପନ ! ଦିନ ମଜୁରିଆ କାମ କରି ପରିବାର ଭରଣ ପୋଷଣ କରୁଥିଲେ ଦୁଲୁମ , ଦୈନିକ କାମ କରି ସ୍ତ୍ରୀ ଏବଂ ଚାରିଟି ପିଲାଙ୍କ ପେଟକୁ ଦାନା ମୁଠେ ଯୋଗାଡ କରି ଦେଉଥିଲେ !

ହେଲେ ଭଙ୍ଗା ଚାଳ ଛପର ର ମାଟି ଘର କୁ ମରାମତି କରିବାକୁ ସକ୍ଷମ ହେଇ ପାରିନଥିଲେ , ଏହି ଭଙ୍ଗା ଘରେ ଆଉ ରହିବା ସମ୍ଭବ ନୁହଁ ଭାବି ରାଗିକି ବର୍ଷେ ହେବ ସ୍ତ୍ରୀ ଏବଂ ଚାରି ଛୁଆ ବାର ଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି , ହେଲେ ଏହି ଭଙ୍ଗା ଘରେ ପଡି ରହିଛି ଦୁଲୁମ , ଘର ଖଣ୍ଡେ ଏବଂ ଅନ୍ୟ ସରକାରୀ ସୁବିଧା ଯୋଗେଇ ଦେବାକୁ ସ୍ଥାନୀୟ ସରପଞ୍ଚ ଏବଂ ବିଡ଼ିଓ ଙ୍କୁ ଗୁହାରି କରିଛନ୍ତି ଦୁଲୁମ ସାମଲାଏ ।

LEAVE A REPLY

Please enter your comment!
Please enter your name here