ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରାଚୀନ ଶକ୍ତିପୀଠ ପାରଳାଖେମୁଣ୍ଡି ର ମା ତାରିଣୀଙ୍କ ୨୧ତମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ଉଦଘାଟନୀ ଅବସରରେ ମା ଙ୍କର ଘଟ ନଗର ପରିକ୍ରମା ସୀମିତ ପରିସରରେ ହେବା ସହ ଯଥା ବିଧିରେ ପୂଜା ହେବା ପରେ ସନ୍ଧ୍ୟାରେ ଗୁରୁନୃସିଂହ ପ୍ରସାଦ ପ୍ରଧାନଙ୍କ ନିର୍ଦେଶନାରେ ଗଜପତି କଳା ପରିଷଦର କଣ୍ଠଶିଳ୍ପୀ ଗଣ ଭଜନ ପରିବେଷଣ କରିଥିଲେ ।
ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ଗଜପତି ସାଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ନରସିଂହ ଗୌଡ଼, ସମ୍ମାନିତ ଅତିଥିଭାବେ ଲକ୍ଷ୍ମୀକାନ୍ତ ପଟନାୟକ ଯୋଗଦେଇ ଭଜନ, ପ୍ରାର୍ଥନା, ଜଣାଣ ତିନି ବର୍ଗକୁ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ତ୍ରିପତି ପ୍ରସାଦ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ାକ୍ତର ମୁର୍ମୂ ଯୋଗଦାନ କରିଥିଲେ ।
ତାରିଣୀ ସେବିକା ପୂର୍ଣବାସୀ ବେହେରା, ସେବକ ଜୟଚନ୍ଦ୍ର ବେହେରା, ସନ୍ତୋଷ ବେହେରା, ଜିତୁ ପାତ୍ର, ତନୁଜା ଶତପଥୀ, ମମତା ଆପଟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ କଣ୍ଠଶିଳ୍ପୀ ଙ୍କୁ ପ୍ରମାଣ ପତ୍ର ମେଡାଲ ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।