ବାଇକ ଚଳାଇ ୭୫ ହଜାର ଫାଇନ ଗଣିଲେ ୩ ନାବାଳକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷ ରୁ ନୟାଗଡ଼ ସହରରେ ଧରପଗଡ଼ ଚାଲିଥିଲା ବେଳେ ୩ ନାବାଳକଙ୍କୁ ବାଇକ ଚଳାଇବା ମହଙ୍ଗା ପଡ଼ିଛି । ଏଥି ମଧ୍ୟରେ ୨ ଟି ସ୍କୁଟି ନମ୍ୱର OD 25F9738, OD 25 H 4004,ଓ ଗୋଟିଏ ବାଇକ ନମ୍ୱର OR02AS 0867 ଥିବା ର ଜଣାପଡିଛି ! ଜଣ ପ୍ରତି ୨୫ ହଜାର ଲେଖାଏଁ ୭୫ ହଜାର ଟଙ୍କା ଫାଇନ କରିଛନ୍ତି ନୟାଗଡ଼ ଆରଟିଓ । ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନର ଶେଷ ଦିନରେ ନୟାଗଡ଼ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ୩ ଜଣ ନାବାଳକ ବାଇକ ଆରୋହୀ ଧରା ପଡ଼ିଥିଲେ । ଫାଇନ ସହ ନାବାଳକ ମାନେ ଚଳାଉଥିବା ୩ ଟି ଦୁଇଚକିଆ ଗାଡ଼ିକୁ ଜବତ କରାଯାଇଛି । ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ଏମାନେ ଧରା ପଡ଼ିଥିଲେ । ଜବତ ଗାଡ଼ି ଭିତରେ ୨ଟି ସ୍କୁଟର ଓ ଗୋଟିଏ ବାଇକ ରହିଛି । ଆଇନ ଅନୁଯାୟୀ ନାବାଳକ ମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ ନାହିଁ ବୋଲି ଜଣାଯାଇଛି । ଏହା ସହିତ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି । ସରକାରଙ୍କ ନିୟମନୁସାରେ ଅଭିଭାବକ ଙ୍କୁ ୩ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଥିବା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *