ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଗୋଟିଏ ଗୋଟିଏ ନୂଆ ଅଧ୍ୟାୟ ଆଣି ଦେଉଛି ବାଙ୍କୀ ରାଜନୀତିରେ ଟୁଇଷ୍ଟ ! ପ୍ରଭାତ ତ୍ରିପାଠୀ ଙ୍କ ପୁଅ ବିବାହ ଉତ୍ସବରେ ଅତିଥି ହେଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ , ସେପଟେ ବିଜେଡି ର ନୂଆ ପାୱାର ସେଣ୍ଟର ସୁଜାତା ରାଉତ ଙ୍କୁ ଭେଟିଲେ ବାଙ୍କୀ ବିଜେଡି ନେତା , ନା ନା – ନେତା ତ କେହି ବଛା ହୋଇ ନାହାନ୍ତି ବରଂ ବିଜେଡି କର୍ମୀ ! ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ସାନ ପୁଅ ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ସାନ ଭାଇ ର ବିବାହ ଉତ୍ସବରେ ଅନେକ ବରିଷ୍ଠ ବିଜେପି ନେତା ଏପରିକି ଖୋଦ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ! ବିଗତ ଦିନରେ ବିଜେଡି ସୁପ୍ରିମୋ ନବୀନ ବାବୁ ଙ୍କ ବୟାନ ପରେ ବିଜେଡି ଏବଂ ପ୍ରଭାତ ତ୍ରିପାଠୀ ସମାନ୍ତର ଧାରାର ରେଖା ହୋଇଛନ୍ତି , ପୁନଶ୍ଚ ରାଜ୍ୟ ସଭା କ୍ରସ ଭୋଟିଂ ପରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବିଜେଡି ରୁ ନିଲମ୍ବନ ହେବା ପରେ ତ୍ରିପାଠୀ ଏଣ୍ଡ ସନ୍ସ ଙ୍କର ଗେରୁଆ ଗଡକୁ ଗସ୍ତ ପ୍ରାୟ ସ୍ପଷ୍ଟ ହୋଇଥିଲା ! ତେବେ ପ୍ରଭାତ ବାବୁ ଏବଂ ତାଙ୍କ ପୁଅ ଯେ ଦଳ ବଦଳାଇବେ ତାହା 2025 ମସିହା ବାଙ୍କୀ ମହୋତ୍ସବ ଅତିଥି ତାଲିକା ଦେଖି ଆମେ ଆଗରୁ ଖବର ମଧ୍ୟ କରିଥିଲୁ ! ଏ ମଧ୍ୟରେ ବାଙ୍କୀରେ ପ୍ରାୟ ଦୁଇ ଦଶନ୍ଧି ରୁ ଅଧିକ ସମୟ ଧରି ପ୍ରଭାତ ତ୍ରିପାଠୀ ଙ୍କ ସଂଗେ କାମ କରିଥିବା ବହୁ ଆଗ ଧାଡ଼ିର କର୍ମୀ ନିଜକୁ ଅସଲ ବିଜେଡି କହି ନବୀନ ବାବୁ ଜିନ୍ଦାବାଦ କରୁଥିବା ବେଳେ ପ୍ରଭାତ ତ୍ରିପାଠୀ ଏବଂ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ ବିରୋଧ କରୁଛନ୍ତି ! ସୌମେନ୍ଦ୍ର ମିଶ୍ର ଏବଂ ଅଜୟ ରାଉତ ଅସଲ ବିଜେଡି ର ଆଗଧାଡ଼ିରେ ଅଛନ୍ତି ! ଆଗାମୀ ଦିନରେ କିଏ ନେତା ଅନୁମାନ କଲା ବେଳେ ଅଭିନାଶ ପଟ୍ଟନୟକ ଏବଂ ଆକାଶ ପାଣି ନାଁ ଚିଠାରେ ଯୋଡି ହୋଇଯାଉଛି ! ଆଉ କିଛି ନେତା ଅତ୍ୟଧିକ ଆନୁଗତ୍ୟ କାରଣରୁ ନିଜେ ନିଲମ୍ବିତ ହୋଇ ସାରିଲେଣି ! ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ଏବଂ 38 ନମ୍ବର ଜିଲ୍ଲା ପରିଷଦ ଆଶିଷ ସାହୁ ଏବେ ବିଜେଡି ରୁ ନିଲମ୍ବିତ ! ତେବେ ଆଉ କିଛି ଆଗ ଧାଡ଼ିର ନେତା ପୁରା ବାଲାନ୍ସ କରି ଅଛନ୍ତି , ବାଙ୍କୀ ଏନଏସି ନଗରପାଳ ମାଣିକ ସାହୁ ଙ୍କ ସ୍ୱାମୀ ତଥା କାଉନସିଲର ସନାତନ ବେହେରା ଏବଂ ଉପ ନଗରପାଳ ସନ୍ତୋଷ ରଣା 50-50 ରେ ଅଛନ୍ତି ! ସମୟ ସୁବିଧା ଦେଖି କ୍ୟାମ୍ପ ବାଛିବେ ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ! ରାଜ୍ୟ ବିଜେପି ଶୀର୍ଷ ନେତାଙ୍କ ସହ ତ୍ରିପାଠୀ ଏଣ୍ଡ ସନ୍ସ ଙ୍କର ଯେପରି ଭାବ ବଢ଼ିବାରେ ଲାଗିଛି 2029 ନିର୍ବାଚନରେ ଗେରୁଆ ବ୍ୟାନର ରେ ପଦ୍ମ ଫୁଲ ଚିହ୍ନ ଏବଂ ଫଟୋ ଲାଗିବା ପ୍ରାୟ ନିଶ୍ଚିତ ! ଏ ପ୍ରକାର ସମୀକରଣ ହେଲେ ଗୋଟିଏ ପ୍ରଶ୍ନ ସ୍ୱାଭାବିକ – ତୁଷାରକାନ୍ତ ଚକ୍ରବର୍ତ୍ତୀ , ଶୁଭ୍ରାଂଶୁ ମୋହନ ପାଢୀ , ଅଜୟ ସ୍ୱାଇଁ ଯିବେ କୁଆଡେ – କରିବେ କଣ ! ତେବେ ଅଡୁଆ ସୂତା ପରି ଥିବା ବାଙ୍କୀ ରାଜନୀତି ର ଚିତ୍ର 2027 ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଅଳ୍ପ କିଛି ସଫା ହେବ ବୋଲି କୁହାଯାଇପାରେ !
ଗୋଟିଏ ଗୋଟିଏ ନୂଆ ଅଧ୍ୟାୟ ଆଣି ଦେଉଛି ବାଙ୍କୀ ରାଜନୀତିରେ ଟୁଇଷ୍ଟ !!!

