ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏବେ ବି ଜାରି ରହିଛି ମହାମାରୀ କରୋନା ର ପରାହତ ନିମନ୍ତେ ସଂଗ୍ରାମ । ସମଗ୍ର ବିଶ୍ବରୁ ମହାମାରୀ କରୋନାର ସଂପୂର୍ଣ୍ଣ ବିନାଶ ନ ହେବା ପର୍ଯ୍ୟନ୍ତ ସଚେତନତା ସୃଷ୍ଟି ନିମନ୍ତେ ସଂଗ୍ରାମର ଆବଶ୍ୟକତାକୁ ଉପଲବ୍ଧି କରି ଆଜକୁ ଦୀର୍ଘ ୧୧୧୬ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ କରୋନା ସଚେତନତା, କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିବାର ଦେଖିବାକୁ ମିଳିଛି । ଏଭଳି ସଂଗ୍ରାମ ଜାରି ରଖିଛନ୍ତି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ର ସଦସ୍ୟ । ଏହି ପରିପ୍ରକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୧୧୨ ରୁ ୧୧୧୬ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କୁ କୋଭିଡ୍ କିଟ୍ ସହ ରିଲିଫ୍ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସର୍ବେଶ୍ଵର ଜେନା, ପ୍ରିତମ ମଲ୍ଲିକ, ସାଗର ଜେନା, ରାକେଶ ଜେନା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାକ୍ସ,ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ , ବ୍ଲିଚିଂ, ଓ.ଆର.ଏସ, ଇନଷ୍ଟା ଭେଜିଟେବୁଲ୍ ୱାସ୍ , ଡେଟଲ , ଫିନାଇଲ୍ ଆଦି ବଣ୍ଟନ କରିବା ସହ ଗରିବ ଏବଂ ଅସହାୟ ମାନଙ୍କୁ ବସ୍ତ୍ର, ଗ୍ରୋସରୀ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ଫଳ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ଗତକାଲି ତା ୧୦/୦୪/୨୦୨୩ରିଖର ତଥ୍ୟ ଅନୁସାରେ ଆକ୍ଟିଭ କେସ ସଂଖ୍ୟା ୩୫,୧୯୯ (୦.୦୮%), ଚିକିତ୍ସାଳୟ ପରିତ୍ୟାଗ ସଂଖ୍ୟା ୪୪୧୯୬୩୧୮ (୯୮.୭୩%), ମୃତ୍ୟୁ ସଂଖ୍ୟା ୫୩୦୯୭୯ (୧.୧୯%) ! ଆଜିର ତଥ୍ୟ ଅନୁସାରେ ଆକ୍ଟିଭ କେସ ସଂଖ୍ୟା ୩୭,୦୯୩(୦.୦୮%), ଚିକିତ୍ସାଳୟ ପରିତ୍ୟାଗ ସଂଖ୍ୟା ୪୪୨୦୦୦୭୯(୯୮.୭୩%), ମୃତ୍ୟୁ ସଂଖ୍ୟା ୫୩୦୦୦୧(୧.୧୯%) ରହିଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଓଡ଼ିଶା ରାଜ୍ୟରେ ବର୍ତ୍ତମାନ ୬୨୯ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାର ସୂଚନା ମିଳିଛି । ନୂଆ ଭାରିଆଣ୍ଟ ପାଇଁ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବାର ଅନୁମାନ କରାଯାଉଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ବିଭିନ୍ନ ରାଜ୍ୟରେ ମକଡ୍ରିଲ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଦୈନିକ ପ୍ରାୟ ୪୦ରୁ ୫୦ଟି ଟେଷ୍ଟ କରାଯାଉଥିବା ବେଳେ କେବେ କେବେ ଗୋଟିଏ ଦୁଇଟି ପଜେଟିଭ ମଧ୍ୟ ଦେଖିବାକୁ ମିଳୁଛି । ଏଣୁ ଦେଶରେ ସଂପୂର୍ଣ୍ଣ ଭାବରେ ମହାମାରୀ କରୋନାର ଲୋପ ନ ହେବା ପର୍ଯ୍ୟନ୍ତ ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।
୧୧୧୬ ଦିନରେ ପହଞ୍ଚିଥିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

