ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ମା ‘ କାଳୀ ଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା ! ଏହି ଯାତ୍ରା ୨୧ ଦିନ ଧରି ପାଳିତ ହୋଇଥାଏ ! ପାଟ ଭକତା ମାନେ ଗାଁ ଗାଁ ବୁଲି ଦଣ୍ଡନୃତ୍ୟ କରିବା ସହିତ ମାନସିକ ରଖିଥିବା ଲୋକଙ୍କ ଘରେ ଭୋଗ ଖାଇବା ସହିତ ପୂଜାର୍ଚ୍ଚନା ମଧ୍ୟ ହୋଇଥାଏ । ଗୁରୁବାର ଏହାର ଶେଷ ଦିନ ଯାତ୍ରା ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପାଟଣା ସାହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ମେରୁ ଯାତ୍ରା । ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାବା ଉମା ମହେଶ୍ୱର ଦେବ ଦଣ୍ଡ ଠାକୁର ଙ୍କୁ ପୂଜାର୍ଚ୍ଚନା କରିଥିଲେ । ପାଟ ଭକତା ମାନେ କଣ୍ଟାରେ ଗଡିବା ସହିତ ନିଆଁରେ ଦୋଳି ଖେଳୁଥିବାର ଦେଖିବାକୁ ମିଳିଥିଲା ! ଏହି ପରମ୍ପରା ଯୁଗ ଯୁଗ ଧରି ହେଉଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଚଳିତ ବର୍ଷ ପାଟଣାସାହି ଗ୍ରାମରେ ମହା ଆଡମ୍ବର ଭାବେ ପାଳିତ ହୋଇଯାଇଛି ଏହି ମେରୁ ଯାତ୍ରା ! ଭକ୍ତ ଭଗବାନ ଙ୍କ ଏହି ଅପୂର୍ବ ମିଳନ ଦେଖିବାକୁ କାହିଁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଥିଲା ପାଟଣାସାହି ଗ୍ରାମକୁ ।
ବାଲୁଗାଁ ପାଟଣା ସାହି ଗ୍ରାମରେ ମେରୁ ଯାତ୍ରା ଅନୁଷ୍ଠିତ !!!

