ଆଞ୍ଚଳିକ ପଲ୍ଲୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଓଡିଶା ର ସମସ୍ତ ଜିଲ୍ଲାରେ ମହୋତ୍ସବ ଆୟୋଜିତ ହେଉଥିବା ବେଳେ ଏବେ କଳା ସଂସ୍କୃତି ଐତିହ ପରମ୍ପରା କୁ ବଜାୟ ରଖିବା ପାଇଁ ପୁର ପଲ୍ଲୀ ରେ ମଧ୍ୟ ପଲ୍ଲୀ ମହୋତ୍ସବ ଆରମ୍ଭ କଲେଣି ଲୋକେ ! ସେହିପରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତରେ ତିନି ଦିନ ବ୍ୟାପି ଆଞ୍ଚଳିକ ପଲ୍ଲୀ ମହୋତ୍ସବ 2023 ଆରମ୍ଭ କରାଯାଇଛି ! ଏହି ମହୋତ୍ସବ ର ସଭାପତି ବିଜୟ କୁମାର ରାଉତରାୟ ଙ୍କ ନେତୃତ୍ୱ ରେ ପାଳିତ ହେଉଥିବା ଦ୍ୱିତୀୟ ସନ୍ଧ୍ୟା ରେ ସମ୍ମାନୀୟ ଅତିଥି ଭାବେ ସିନେ କଳାକାର ପୁପିନ୍ଦର ଯୋଗ ଦେଇଥିଲେ ! ତତ ସଙ୍ଗେସଙ୍ଗେ ଜିଲ୍ଲା ପରିଷଦ, ସରପଞ୍ଚ, ବ୍ଲକ ଶିକ୍ଷା ଅଧିକାରୀ, ସମିତି ସଭ୍ୟ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ l ବିଭିନ୍ନ ଅନୁଷ୍ଠାନ ତରଫରୁ ସଂlସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଶେଷରେ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଖୋର୍ଦ୍ଧା, ବେଗୁନିଆ ର ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *