କଟକ – ପଲାସା ଟ୍ରେନକୁ ସଂପ୍ରସାରଣ ନିମନ୍ତେ ଦାବିପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କଟକ – ପଲାସା ଟ୍ରେନକୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ ନିମନ୍ତେ ପାରଳାଖେମୁଣ୍ଡି ବାର ଏସୋସିଏସନ ଏବଂ ବୁଦ୍ଧିଜୀବୀ ପକ୍ଷରୁ କେନ୍ଦ୍ର ରେଳ ଚଳାଚଳ ମନ୍ତ୍ରୀ ଅଶ୍ମିନି ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିବାର ଜଣାପଡିଛି । ସାଂସଦ ଶ୍ରୀ ସାହୁ ପାରଳା ଗସ୍ତରେ ଆସିଥିବା ବେଳେ ବାର ଏସୋସିଏସନର ସମ୍ପାଦକ ଏମ୍‌.ପୃଥିବୀରାଜ ଓ ଓକିଲ ସଂଘର ବହୁ ସଦସ୍ୟ ଏବଂ ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, କୃଷ୍ଣ କୁମାର ବେହେରା ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବୀ ପୃଥକ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି । କଟକରୁ ପଲାସା ଚଳାଚଳ କରୁଥିବା ୦୮୫୩୩ ଏବଂ ପଲାସାରୁ କଟକ ୦୮୫୩୪ ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ କଲେ ଜିଲ୍ଲା ସଦର ମହକୁମା ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ବୋଲି କୁହାଯାଇଛି । ଦାବିପତ୍ର ଗ୍ରହଣ ପରେ ସାଂସଦ ଶ୍ରୀ ସାହୁ ଉକ୍ତ ଦାବି ସମ୍ପର୍କେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଉଲ୍ଲେଖିତ ଟ୍ରେନ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ପାଇଁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *