ନ୍ୟାୟ ଉପେକ୍ଷିତ ହୋଇ ଥାନା ଘେରିଲେ ଆଦିବାସୀ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଥାନା ଆଗରେ ଧାରଣା ଦେଇଛନ୍ତି ହରିଜନ ଆଦିବାସୀ ମହିଳା ଓ ପୁରୁଷ । ସୂଚନାଯୋଗ୍ୟ ଯେ ଜଣେ ନାବାଳିକା ଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୀପକ ସାହୁ ନାମକ ଜଣେ ବ୍ୟକ୍ତି ଶାରିରୀକ ସମ୍ପର୍କ ରଖି ନାବାଳିକା ଙ୍କୁ ଗର୍ଭବତୀ କରାଇ ଫେରାର ହୋଇଯାଇଥିବା ବେଳେ ପରିବାର ପକ୍ଷରୁ ଗତ ୧୮/୧୦/୨୦୨୨ ତାରିଖ ରେ ବୈଦେଶ୍ଵର ଥାନାରେ ଅଭିଯୋଗ କରାଯାଇଥିଲା ! ତେବେ କେସ୍ ନମ୍ବର ୧୬୭/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନେଇ SDPO ଜ୍ଞାନ ମିଶ୍ର ପ୍ରକାଶ କରିଛନ୍ତି । ଘଟଣାକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଦୀପକ ସାହୁ କୁ ଧରିବାରେ ପୋଲିସ ବିଫଳ ଘଟଣାକୁ ନେଇ , ଦଳିତ ଆଦିବାସୀ ମହାସଙ୍ଘ ନୂଆଦିଲ୍ଲୀ ଏବଂ ଓଡ଼ିଶା ପକ୍ଷରୁ ଆଜି ବୈଦେଶ୍ଵର ଥାନା ଆଗରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଆଦିବାସୀ ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ବାଙ୍କୀ ଥାନାଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ କରିଥିଲେ ଆଦିବାସୀ ସଙ୍ଘର ସଭାପତି ଲିଟୁ ଦାସ । ଏହି ପରିପ୍ରେକ୍ଷୀରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଧାରଣା କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ସଭାପତି ପ୍ରକାଶ ଭୋଇଙ୍କ ନେତୃତ୍ବରେ ବାଙ୍କୀ ସଭାପତି ବ୍ରଜବନ୍ଧୁ ନାଏକ, ସମ୍ପାଦକ ବନମାଳୀ ସେଠୀ, ରାଜ୍ୟ ମହିଳା ସଭାନେତ୍ରୀ କବିତା ଭୋଇ, ନିଆଳି ସଭାପତି ପୁଷ୍ପଲତା ଭୋଇ, କଣ୍ଟାପଡ଼ା ବ୍ଲକ୍ ସଭାପତି ନିରୁପମା ଭୋଇ, ଖୋର୍ଦ୍ଧା ସଭାପତି ଅଶୋକ ଭୋଇ, ପୁରୀ ଜିଲ୍ଲା ସଭାପତି ଜୟଦେବ ବେହେରାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *