ବାଣପୁର କୁମାରଙ୍ଗ ଓ ପୁଞ୍ଜିଆମା ଶାସନରେ ମେଗା ୱାଟର ସପ୍ଲାଏ ଉଦ୍ଘାଟିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ର ପୁଞ୍ଜିଆମା ଶାସନ ଗ୍ରାମ ରେ ମେଗା ପାଇପ୍ ୱାଟର ସପ୍ଲାଇର ଉଦ୍ଘାଟନ ହୋଇଯାଇଛି । ପ୍ରତି ଘରେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ଉଦଘାଟନ କଲେ କୁମାରାଙ୍ଗ ଶାସନ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ନାଏବ ସରପଞ୍ଚ ବ୍ୟୋମକେଶ ମହାପାତ୍ର ଏବଂ ଗ୍ରାମବାସୀ ଓ କର୍ମୀମାନେ ଯୋଗ ଦେଇଥିଲେ l ପାନୀୟ ଜଳର ଅଭାବ ରେ ଲୋକମାନେ ହଇରାଣ ନହୁଅନ୍ତି, ଦୁରକୁ ପାଣି ପାଇଁ ଯିବେ ନାହିଁ କି ହଇରାଣ ହେବାକୁ ପଡ଼ିବ ନାହିଁ l ପ୍ରତ୍ୟେକ ଘରେ ପାଇପ ଯୋଗାଣ କରି ସୁବିଧା ସୁଯୋଗ ପାଇ ପାରିବେ | ଏହି ଉଦଘାଟନ ସମାରୋହରେ ଗ୍ରାମର ସମସ୍ତ ଲୋକ ଉପସ୍ଥିତ ଥିଲେ । ଜଳ ଯୋଗାଣରେ ଗ୍ରାମବାସୀ ମାନେ ଖୁସି ଥିବାର ଜଣା ଯାଉଥିଲା ।

Leave a Reply

Your email address will not be published. Required fields are marked *