ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମା ସ୍ୱାମୀ ମନ୍ଦିର ପ୍ରାଙ୍ଗଣରେ ସଂକ୍ରାନ୍ତି ଓ ଏକାଦଶୀ ତିଥି ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଗୁରୁ ନୃସିଂହ ନାଥ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଭଜନ ସମାରୋହରେ ମମତା ପାଢ଼ୀ ଓ ଅନ୍ୟାନ୍ୟ କଣ୍ଠ ଶିଳ୍ପୀ ମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ମନ୍ଦିର ପରିସରରେ ଏଜ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ସଂକ୍ରାନ୍ତି ଓ ଏକାଦଶୀ ଉପଲକ୍ଷେ ଭଜନ ସମାରୋହ !!!

