କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା । ପ୍ରଥମ ଦିନ ଯାତ୍ରା ଦେଖିବା ପରେ , ପର ଦିନ ମଧ୍ୟ ଯାତ୍ରା ଦେଖିବାକୁ ଦୁଇ ଜଣ ଭାଇ ଅପରାହ୍ନ ୪ ଟା ସମୟ ରେ ବାହାରିଥିଲେ ! କିନ୍ତୁ ସନ୍ଧ୍ୟା ୬ଟା ବେଳେ ହଠାତ ଡ଼ିଲୁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସମ୍ମୁଖରୁ ନୂଆସାହି ଆଡ଼କୁ ଦୌଡ଼ି ପଳାଇଥିଲେ । ସେ ଏକ ଧଳା ସାର୍ଟ କୁ ବ୍ଲୁ କଲର ପ୍ୟାଣ୍ଟ ପିନ୍ଧି ବା ବେଳେ ଆଜକୁ ଏକ ସପ୍ତାହ ହୋଇଥିଲେ ମଧ୍ୟ ଡିଲୁ ର ପତ୍ତା ମିଳୁନାହିଁ । ଡିଲୁ ବେଳେ ବେଳେ ମାନସିକ ଭାରସାମ୍ୟ ହରାଇ ପାଗଳାମି ପରି ହେଉଥିବା ମଧ୍ଯ ଜଣାପଡ଼ିଛି । ଏ ନେଇ ବାଲିଗୁଡ଼ା ଥାନାରେ ପରିବାର ଲୋକେ ଏକ ଏତଲା ଦେଇଥିବା ବେଳେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏ ନେଇ ଯଦି କୌଣସି ବ୍ୟକ୍ତି ଏହି ଯୁବକ ର ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l
ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ଯୁବକ ନିଖୋଜ !!!

