ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ପାଇଁ ଲଢେଇ ଆରମ୍ଭ କରିଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! ରାଜଧାନୀ ଗୀତ ଗୋବିନ୍ଦ ସଦନରେ ରାଜ୍ୟ ସ୍ତରୀୟ ସମାବେଶ ପରେ ରାଜ୍ୟ କମିଟି ଗଠିତ ହୋଇ ସାରିଛି ! ରାଜ୍ୟ ସଂଗଠନ ପଞ୍ଜୀକରଣ ହେବା ପରେ ଏ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ସଂଗଠନର ସଦସ୍ୟ ସଂଗ୍ରହ ଏବଂ ପରିଚାଳନା କମିଟି ଗଠନ କାର୍ଯ୍ୟ ଆଗେଇ ଚାଲିଛି ! ରାଜ୍ୟ କମିଟିର ବିଭିନ୍ନ ପଦବୀ ପାଇଁ ମନୋନୀତ ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ ପାଇଁ ଏକ କାର୍ଯ୍ୟକ୍ରମ ଭୁବନେଶ୍ୱର ୟୁନିଟ – ୨ ସ୍ଥିତ ବିଏମଏସ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଛି !
ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ର ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କାର୍ଯ୍ୟକ୍ରମ !!!

