ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯୌତୁକ ନିମନ୍ତେ ଜଣେ ବଧୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବଧୁ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ସମିର ବାରିକ ଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବାରିକ । ସମିର ପାଞ୍ଚ ବର୍ଷ ପୂର୍ବେ ବେଲଡି ଗ୍ରାମର ପ୍ରମୋଦ ବାରିକଙ୍କ ଝିଅକୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଅଧିକ ଯୌତୁକ ଆଣିବା ପାଇଁ ପୁଷ୍ପାକୁ ବାଧ୍ୟ ବାଧକତା କରୁଥିବା ବେଳେ ଶାରୀରିକ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ । ଏହା ମଧ୍ୟରେ ପୁଷ୍ପାଙ୍କ ଜଣେ ସମ୍ପର୍କିୟ ଝିଆରୀ ଅନ୍ୟ ଯୁବକଙ୍କ ସହିତ ଖରାପ ସମ୍ପର୍କ ରଖିଥିବା ଦେଖି ସ୍ବାମୀ ସମିରକୁ କହିବାରେ ଏହାକୁ ନେଇ ପୁଷ୍ପାକୁ ଖାଦ୍ୟରେ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବାଣପୁର ଥାନାରେ ଯୌତୁକ ଜନିତ ବଧୁ ହତ୍ୟା ଅଭିଯୋଗ !!!

