ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା କାଳୁପଡା ଘାଟ ରେଳ ଷ୍ଟେସନ ରେ ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ରହଣୀ ପାଇଁ ଦୀର୍ଘ ଦିନ ହେଲା ସ୍ଥାନୀୟ ଜନସାଧାରଣ ଙ୍କ ତରଫରୁ ଦାବି ହୋଇ ଆସୁଥିଲା । କାଳୁପଡ଼ା ଘାଟ ରେଳ ଷ୍ଟେସନ ରେ ଆଗାମୀ ଦିନରେ ଉକ୍ତ ଟ୍ରେନ୍ ରହଣୀ କରିବl ପାଇଁ ମୋହର ବାଜିବା ପରେ ଅଞ୍ଚଳ ର ଜନସାଧାରଣଙ୍କ ଖୁସି କହିଲେ ନ ସରେ । ଏହି ଅବସରରେ ଅଞ୍ଚଳର ବୁଦ୍ଧିଜୀବି ଓ ଜନସାଧାରଣ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ମବ ଙ୍କୁ । ସ୍ଥାନୀୟ ଜନସାଧାରଣ ଙ୍କ ଦୂରଯାତ୍ରା କରିବା ନିମନ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ରୁ ବହୁ ବର୍ଷ ହେଲା ଲାଗି ରହିଥିବା ଏହି ଟ୍ରେନ ର ରହଣି ପାଇଁ ବାଦ ବିବାଦରେ ଆଜି ପୂର୍ଣ୍ଣଛେଦ ପଡିଛି l ଯାହାଫଳରେ କି ଯାତ୍ରୀମାନଙ୍କ ଗମନା ଗମନ ସୁବିଧା ହୋଇ ପାରିଛି l
କାଳୁପଡାଘାଟ ଷ୍ଟେସନରେ ରହିବ ରାଜ୍ଯରାଣୀ ଏକ୍ସପ୍ରେସ !!!

