ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବ୍ରାହ୍ମଣୀ ନଦୀର ହାତିବାରୀ ଘାଟ ନିକଟ ନଦୀରେ ଜଣେ ଚାଷୀ ନଦୀ ପାର ହେଉଥିବା ସମୟରେ ନିଖୋଜ ହୋଇଥିଲେ ! ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରୀ ଗ୍ରାମ ନିକଟ ଦେଇ ଯାଇଥିବା ପାଣ୍ଡରା (ବ୍ରାହ୍ମଣୀର ଶାଖା ନଦୀ) ପାଣ୍ଡରା ପାର ହେଉଥିବା ବେଳେ ହାତିବାରୀ ଗ୍ରାମ କୈଳାସ ନାୟକ ନିଖୋଜ ହୋଇଥିଲେ । ହାତିବାରୀ ଗ୍ରାମ କୈଳାସ ନଦୀ ଆରପଟେ ଥିବା ଚାଷ ଜମିକୁ ଯାଉଥିଲେ । ଖରାଦିନେ ନଦୀରେ ପାଣି କମ୍ ଥିବା କାରଣରୁ ଦୈନିକ ପାଣିରେ ପହଁରି ନଦୀ ପାରହୋଇ ଚାଷ ଜମିକୁ ଯାତାୟତ କରନ୍ତି। ରବିବାର ଦିନ ହଠାତ୍ ନଦୀରେ ଜଳସ୍ତର ବୃଦ୍ଧିପାଇବା ଫଳରେ କୈଳାସ ପାଣି ସୁଅରେ ଭାସି ଯାଇଥିଲେ । ନଦୀ କୂଳରେ ଗାଧୋଉଥିବା ଲୋକେ କୈଳାସକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରି ବିଫଳ ହେବାପରେ ସୁକିନ୍ଦା ଦମକଳ ବାହୀନିକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୈଳାସଙ୍କର କୌଣସି ପତ୍ତା ପାଇପାରି ନଥିବାବେଳେ ପରଦିନ ହାତୀବାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈରିମାଳ ଗ୍ରାମ ପାଖ ଗୋପାଳ ଘାଟ ନିକଟରେ ଆଜି ଏକ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୁକିନ୍ଦା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ଶବ ଜବତ କରିବା ପରେ ଏହା କୈଳାସ ନାୟକଙ୍କର ଶବ ବୋଲି ଜାଣିଥିଲେ ! ସୁକିନ୍ଦା ପୋଲିସ୍ ଏକ ଅପମୃତ୍ୟୁ କେସ ରୁଜ୍ଜୁ କରି ଏବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ହାତିବାରୀ ନଦୀ ପାର ହେଉଥିବା ବେଳେ ନିଖୋଜ ହୋଇଥିଲେ ଚାଷୀ : ବୈରିମାଳ ଗ୍ରାମ ପାଖ ଘାଟରୁ ଶବ ଜବତ !!!

